oom

ଉଦ୍ୟାନ ବିଭାଗ ପକ୍ଷରୁ ଅଏଲ ପାମ ଚାଷ ପାଇଁ ତାଲିମ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅଏଲ ପାମ ଚାଷକୁ ପ୍ରୋସହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଗତକାଲି ସ୍ଥାନୀୟ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡଃ. ପ୍ରଫୁଲ୍ଲ କୁମାର ଭଞ୍ଜ, ଓ.ଏଲ.ଆଇ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ସଚିତାନନ୍ଦ ଦଲାଇ, ଜିଲ୍ଲା ମୁଖ୍ୟ କୃଷି ଅଧକାରୀ ବାବୁଲିଚରଣ ସେଠୀ, ପାଟଣାଗଡ ବ୍ଳକ ଉଦ୍ୟାନ ବିଭାଗର ସହାୟକ ନିର୍ଦ୍ଦେଶକ ପ୍ରମୋଦ କୁମାର ସେଠୀ, ବଲାଙ୍ଗିର ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ, ଏମ – ୧୧ କମ୍ପାନୀ କର୍ତ୍ତୃପକ୍ଷ ସମ୍ଭୁ ସ୍ୱାଇଁ, କେବିକେ ସାଇଣ୍ଟିଟିଷ୍ଟ ମନୋଜ କୁମାର ବାରିକ ଓ ସହାୟକ ଉଦ୍ୟାନ ବିଭାଗ ଅଧକାରୀ ଉପସ୍ଥିତ ରହି ଅଏଲ ପାମ ଚାଷ ସର୍ମ୍ପକରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି ଚାଷ କଲେ ମିଳୁଥିବା ସରକାରୀ ସହାୟତା ସର୍ମ୍ପକରେ ମଧ୍ୟ ବିଶେଷ ବିବରରୀ ପ୍ରଦାନ କରିଥିଲେ । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ଚାଷୀମାନେ ଆସି ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.