oom

ଅଇଁଳାସାରୀରେ ସମଲେଇଚୁଆଁ କ୍ଲଷ୍ଟରସ୍ତରୀୟ ସୁରଭି

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ସ୍ଥିତ ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ସମଲେଇଚୁଆଁ ସିଆରସିସି ସୁରେଶ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସହ ଶିକ୍ଷାଧିକାରୀ ତଥା ବିଆର ସିସି ଗଞ୍ଜଲୁ ମିର୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଗୋଷ୍ଠୀ ସହ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତହସିଲ ଗଡତିଆ, ପୂର୍ବତନ ସଭାପତି ସନ୍ତୋଷ ସାହୁ, ବରିଷ୍ଠ ନାଗରିକ ଘନଶ୍ୟାମ ନାଏକ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା ପ୍ରତିଯୋଗିତା ହୋଇଥିଲା । ଶିକ୍ଷକ ପଞ୍ଚାନନ ପଧାନ, ଧ୍ରୁବଚରଣ ପଣ୍ଡା, ଦେବାନନ୍ଦ ନାଏକ, ଦୁର୍ଯ୍ୟୋଧନ ବାରିକ, ଦୁର୍ଜୟ ନାଏକ, ସୀତାରାମ ଆଡବାଙ୍କ, ବାବୁଲାଲ ନାଗ, ନାରାୟଣ ଆଡବାଙ୍କ, ବଳରାମ ବେହେରା, ଶିଶିର ଗଡତିଆ, ହ୍ୱାଲଦାର ଗଡତିଆ, ନାରାୟଣ ମେହେର, ପୁରାତନ ଛାତ୍ରୀ ପୂଜା ପଧାନ, ବେବି ଗଡତିଆ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସୁଦାମ ଅଦାବର, ଗୋବିନ୍ଦ ପୁରୋହିତ ସଦାନନ୍ଦ ଭୋଇ, ପୁରାତନ ଛାତ୍ର ସୂର୍ଯ୍ୟଭାନୁ ବଣିଆ, ଅନିରୁଦ୍ଧ ଗଡତିଆ, ପୁରାତନ ଛାତ୍ରଛାତ୍ରୀ, ପାଚକ,ପାଚିକା ଓ ଅଇଁଳାସାରୀ ଗ୍ରାମବାସୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଶୁଭଲାଲ ସାହୁ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଚକ୍ରପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.