oom

ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଅଚିହ୍ନା ଯୁବକକୁ ଉଦ୍ଧାର ଓ ଚିକିତ୍ସା କରାଇ ସୁସ୍ଥ ପରେ ପରିବାରଙ୍କୁ ହସ୍ତାନ୍ତର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଜଣେ ଅଚିହ୍ନା ଯୁବକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି । ଚିକିତ୍ସାର ଏକ ସପ୍ତାହ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ’ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାର ହବୀପୁରଥାନା ଅନ୍ତର୍ଗତ ଦୁଲ୍ଲା କୁମାରପଡା ଗ୍ରାମର ବାଦଲହଂସଦା ହାଇଦ୍ରାବାଦରେ ଶ୍ରମିକ ରୂପେ କାମ କରୁଥିଲେ । ନିଜ ଗ୍ରାମକୁ ଫେରୁଥିବା ବେଳେ ଟ୍ରେନରେ ଯୁବକ ଜଣକ ଲୁଟ ଓ ଆକ୍ରମଣର ଶିକାର ହୋଇଥିଲେ । କିପରି କିମିତି ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ ୨୭ ତାରିଖ ଦିନ ମୂର୍ମୁଷ ଅବସ୍ଥାରେ ପଡ଼ିରହିଥିବା ବେଳେ, ତ୍ରିବେଣୀ ମଠ ଛକରେ ଗ୍ୟାରେଜ୍ କରିଥିବା ଚିକୁଜେନା ଦେଖି ସ୍ଥାନୀୟ ଇକୋ ୱାରୀୟର ସ୍ୱେଚ୍ଛାସେବୀ ଟିମ୍ ଙ୍କୁ ଖବର ଦେବାରୁ ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ସଞ୍ଜୟ ସ୍ୱାଇଁ, ପ୍ରଭାତ ସାହୁ, କରୁଣା ରେଡ୍ଡୀ, ବିଲୁ ବେହେରା ପହଞ୍ଚି ଉଦ୍ଧାର କରି ଚିକିତ୍ସାପାଇଁ ମେଡିକାଲ ନେଇଥିଲ ମଧ୍ୟ ନିଜର ପରିଚୟ, ଠିକଣା କହିବାକୁ ସକ୍ଷମ ହୋଇପାରିନଥିଲେ । ଏହା ମଧ୍ୟରେ ହବିପୁର ଥାନା ସହ ଫୋଟୋ ପଠାଇ ଯୋଗାଯୋଗ କରିଥିଲେ ଇକୋ-ୱାରିଅର ଟିମ । ଲଗାତାର ଚିକିତ୍ସାପରେ ୪ ଦିନ ପରେ ଯୁବକଙ୍କ ନିଜର ଗାଁର ନାମ କହିଥିଲେ ମଧ୍ୟ ଆଉ କିଛି କହିପାରିନଥିଲେ । ପୁଣି ପୋଲିସ ସହ ଯୋଗଯୋଗ ପରେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇପାରିଥିଲା । ଆଜି ତାଙ୍କ ଶଳା ଶୈଳେନ ମୁର୍ମୁ, ତାଙ୍କ ସ୍ତ୍ରୀ ସରଲାବେସ୍ରା ଗଞ୍ଜାମରେ ପହଁଞ୍ଚିଥିଲେ । ପରେ ଗଞ୍ଜାମ ଆଇ.ଆଇ.ସି. ସୁମିତ୍ରା ପାତ୍ର, ସେକେଣ୍ଡ ଅଫିସର ସୁପ୍ରଭା ସାହୁଙ୍କ ଉପସ୍ଥିତରେ ଏକ ସପ୍ତାହ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ଇକୋ-ୱାରିଅର ଟିମ୍ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରେ ବସାଇ ଯୁବକର ଗ୍ରାମକୁ ଛାଡିଥିଲେ ।

jittmm
Leave A Reply

Your email address will not be published.