ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀ ଯୁଗଳଙ୍କ ମୃତଦେହ ବିଲପାଖ ଏକ ଗଛରୁ ଝୁଲନ୍ତା ଉଦ୍ଧାର କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ । ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତାକଡ କାଙ୍କି ଗ୍ରାମ ନିକଟସ୍ଥ ଏକ ବିଲ କଡ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ବହଳଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇବା ପରେ ପରିଚୟ ସ୍ପଷ୍ଟ ହୋଇଥିଲା । ମୃତ ପ୍ରେମୀ ଯୁଗଳ ଦ୍ୱୟ ବହଳଦା ଥାନା କାଙ୍କି ଗ୍ରାମର ମନମୋହନ ଟୁଡୁ ଓ ଘାଗରାସାହିର ସଞ୍ଜୁ ସୋରେନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଏକ ମାସ ପୂର୍ବରୁ ସେମାନେ ଘରୁ ପଳାଇ ପ୍ରେମ ବିବାହ କରିଥିଲେ । ତେବେ ତିନିଦିନ ପୂର୍ବରୁ ସେମାନେ ଘରକୁ ଫେରିଥିବା ବେଳେ ନିଜ ନିଜ ଘରକୁ ଯାଇଥିଲେ । ଗତକାଲି ଅପରାହ୍ନ ରୁ ଦୁହେଁ ଘରୁ ବାହାରି ଯାଇଥିବା ବେଳେ ଆଜି ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ସେପଟେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ହାତ ବନ୍ଧା ହୋଇଥିବା ଯୋଗୁଁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.