ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

  • ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାଚୁଆଁର ଲୋକନୃତ୍ୟ ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ଠାରେ ବିଜ୍ଞାନ ବିଷୟ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖପ୍ରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାଚୁଆଁ, ପିପି ଏକାଡେମୀ ବଲାଙ୍ଗିର, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଙ୍କରିଆପଦର, ବୁବେଲ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ଦଳ ଗୁଡିକ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ରାମଗୋପାଳ ଖମାରୀ ଶର୍ମା, ସରୋଜ ନାୟକ, ସିନୁ ସୁନ୍ଦର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ବିଚାରକ ଭାବେ ଝରଣା ମିଶ୍ର, ସାଗରିକା ବେହେରା ଏବଂ ଦିପକ ବରାଳ ଯୋଗ ଦେଇଥିଲେ । ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଇଁଲାଚୁଆଁର ଲୋକନୃତ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପିପି ଏକାଡେମୀ ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଖପ୍ରାଖୋଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ହୋଇଥିବା ଦଳ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ଶିକ୍ଷକ ଅଶ୍ୱିନୀ ଷଡଙ୍ଗି, ଅନିଲ ନନ୍ଦ, ବିଶ୍ୱଜିତ ପ୍ରଧାନ ଓ ଶିକ୍ଷୟତ୍ରୀ ଦିପାଲି ସେଠୀ ତଥା ପିପି ଏକାଡେମୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!