ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଞ୍ଚ କରାଯାଇଥିଲା । ସମୁଦାୟ ୧୨.୬୪୯ କିଲୋମିଟର ମଧ୍ୟରୁ ୨ କିଲୋମିଟର ଆନ୍ଧ୍ରପ୍ରଦେଶରେ ଥିବା ବେଳେ ଅବଶିଷ୍ଟ ଅଂଶ ଓଡ଼ିଶାରେ ରହିଛି । ୱାଲ୍ଟିୟର ରେଳ ମଣ୍ଡଳ ପ୍ରବନ୍ଧକ ସୌରଭ ପ୍ରସାଦଙ୍କ, ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଡି. ଶ୍ରୀନିବାସ ରାଓ, ସୁଧୀର କୁମାର ଗୁପ୍ତା, ଏଡିଆର୍‌ଏମ୍‌ (ଇନଫ୍ରା), ମୁଖ୍ୟ ସେତୁ ଯନ୍ତ୍ରୀ ଅଶୋକ କୁମାର, ମୁଖ୍ୟ ସଂକେତ ଯନ୍ତ୍ରୀ ଡି.କେ ମଲ୍ଲିକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ରେଳ ସୁରକ୍ଷା କମିଶନର ପରିଚାଳନାଗତ ନିରାପତ୍ତା ଏବଂ ଦକ୍ଷତା ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟାପକ ଯାଞ୍ଚ ଏବଂ ପରୀକ୍ଷଣର ତଦାରଖ କରିଥିଲେ । ମୋଟର ଟ୍ରଲିର ଟ୍ରାକ୍ ଆକଳନ, ଦର୍ଲିପୁଟ, ଗୋରାପୁର ରେଳ ଷ୍ଟେସନର ମୂଲ୍ୟାୟନ, ନୂତନ ସିଗନାଲ୍ ବ୍ୟବସ୍ଥାର ଯାଞ୍ଚ, ନବନିର୍ମିତ ଦୁଇଟି ପ୍ରମୁଖ ସେତୁ ଓ ୨୮ଟି କ୍ଷୁଦ୍ର ସେତୁର ଯାଞ୍ଚ କରାଯାଇଥିଲା । ଏହାବ୍ୟତୀତ ନୂତନ ଭାବେ ବିଛାଯାଇଥିବା ଲାଇନରେ ସ୍ପିଡ୍ ଟ୍ରାଏଲ୍ ସଫଳ ଭାବେ କରାଯାଇଥିଲା । କେକେ ଲାଇନର ଦର୍ଲିପୁଟ- ଗୋରାପୁର ଅଞ୍ଚଳରେ ଏହି ଦୋହରୀକରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ୱାଲ୍ଟିଆର ଡିଭିଜନ ପାଇଁ ଏକ ସାମଗ୍ରିକ ଅଗ୍ରଗତି ଅଟେ । ଦୁର୍ଗମ ଅଞ୍ଚଳ ଯୋଗୁଁ ଚ୍ୟାଲେଞ୍ଜ ହୋଇଥିବା ଏହି ସେଗମେଣ୍ଟ ଏବେ ବେଗ ବଢ଼ିପାରିବ ଏବଂ ଏହି ଲାଇନରେ ଟ୍ରାଫିକ ପରିବହନକୁ ସୁଗମ କରିବା ପାଇଁ କ୍ଷମତା ବୃଦ୍ଧି କରିବ । ଉନ୍ନତ ଭିତ୍ତିଭୂମି କେବଳ ଟ୍ରାଫିକ୍ ଚାହିଦା ବୃଦ୍ଧିକୁ ବଢ଼ାଏ ନାହିଁ ବରଂ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗକୁ ମଧ୍ୟ ସୁଦୃଢ଼ କରେ ।

Leave A Reply

Your email address will not be published.