ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ପବ୍ଲିଶର୍ସର ୪୪ତମ ପୁରସ୍କାର ପ୍ରଦାନ ଉତ୍ସବରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉକ୍ରର୍ଷତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓଙ୍କୁ ପ୍ରକାଶକ ବନ୍ଧୁ ଭାବରେ ପୁରସ୍କୃତ କରାଯାଇଛି । ଭାରତୀୟ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଦି କ୍ଲେରିଜ ହୋଟେଲରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ହିମା କୋହଲି ଏବଂ ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀ ଅତିଥି ଭାବରେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଂସ୍କୃତ ପତ୍ରିକା ‘ସଂସ୍କୃତ ପ୍ରତିଭା’କୁ ପ୍ରଥମ ପୁରସ୍କାର ଏବଂ ହିନ୍ଦୀ ପତ୍ରିକା ‘ସମକାଳୀନ ଭାରତୀୟ ସାହିତ୍ୟ’କୁ ଦ୍ୱିତୀୟ ପୁରସ୍କାର ତଥା ବାଲ ସାହିତ୍ୟ ପୁରସ୍କାର ପାଇଁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଫେଡେରେସନ୍‌ ଅଫ ଇଣ୍ଡିଆନ ପବ୍ଲିଶର୍ସ ଦେଶର ପ୍ରକାଶନ କ୍ଷେତ୍ରରେ କାର୍ଯ୍ୟରତ ସର୍ବୋଚ୍ଚ ସଂସ୍ଥା । ଏହି ସଂସ୍ଥା ପ୍ରକାଶନ କ୍ଷେତ୍ରରେ ଉତ୍ୱର୍ଷତା ପାଇଁ ପ୍ରତିବର୍ଷ ପ୍ରକାଶକ ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥାଏ । ସୂଚନାଯୋଗ୍ୟ ଯେ, ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସାହିତ୍ୟ ସଂସ୍ଥା ଯିଏ ୨୪ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରକାଶନ କରିଥାଏ । ଏକାଡେମୀ ତରଫରୁ ପ୍ରତିବର୍ଷ ୫୦୦ରୁ ଅଧିକ ପୁସ୍ତକ ହୋଇଥାଏ ।

Leave A Reply

Your email address will not be published.