ଅମାନବିକତା : ୧୫ ବର୍ଷର ନାବାଳକକୁ ଏକ ମାସ ଧରି ବନ୍ଧକ ରଖି ଦୁ‌ଷ୍କର୍ମ କଲେ, ଗୁ‌ପ୍ତାଙ୍ଗରେ ପେଟ୍ରୋଲ ଢ଼ାଳିଲେ, ସିଗାରେଟରେ ଚେ‌ଙ୍କ ଦେଲେ

ବିକାନେର : ରାଜସ୍ଥାନରେ ପୁଣିଥରେ ଏକ ଘଟଣା ମାନବିକତାକୁ ଲଜ୍ଜିତ କରିଛି । ବିକାନେର ଜିଲ୍ଲାର ବଜୁ ଅଞ୍ଚଳରେ ଚାରିଜଣ ଅସାମାଜିକ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି । ପ୍ରଥମେ ଏହି ଚାରି ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକକୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଏକ ମାସ ଧରି ବନ୍ଧକ ରଖିଥିଲେ ଏବଂ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ପୀଡିତଙ୍କ ମା’ ପୋଲିସକୁ କହିଥିଲେ ଯେ ଡିସେମ୍ବର ୫ ରେ, ତାଙ୍କର ୧୫ ବର୍ଷର ପୁଅ ତାଙ୍କ ମାତାପିତାଙ୍କ ନିକଟକୁ ଯାଉଥିଲା । ଯିବା ବାଟରେ ତାଙ୍କ ପଡ଼ୋଶୀ ଜସରାଜ ବିଷ୍ଣୁ, ତାଙ୍କ ସମ୍ପର୍କୀୟ ହରିଶ, ସୋମରାଜ ଏବଂ ବିକାଶ ତାଙ୍କୁ ଅପହରଣ କରି ପିକଅପରେ ବସାଇ ଲୁଣକରନସରକୁ ନେଇଯାଇଥିଲେ । ବାଟରେ ଅଭିଯୁକ୍ତମାନେ ତାଙ୍କୁ ବଳପୂର୍ବକ ମଦ୍ୟପାନ କରାଇ ପିଟିଥିଲେ । ଏହି ସମୟରେ ସେମାନେ ନାବାଳକଙ୍କୁ ଅତିଶୟ ନିର୍ୟାତନା ଦେଇଥିବା ସେ ଅଭିଯୋଗ ଆଣିଛ‌ନ୍ତି ।

ଅଭିଯୋଗ ଅନୁଯାୟୀ, ଏହି ଅସାମାଜିକ ଲୋକମାନେ ଶିଶୁର ଗୁପ୍ତାଙ୍ଗରେ ପେଟ୍ରୋଲ ଢ଼ାଳି ଯାତନା ଦେଇଛ‌ନ୍ତି । ସିଗାରେଟରେ ତାଙ୍କ ଶରୀରକୁ ଚେ‌ଙ୍କ ଦେଇ ପୋଡି ଦେଇଛ‌ନ୍ତି । କେବଳ ଏତିକି ନୁହେଁ, ଚାରିଜଣ ଅଭିଯୁକ୍ତ ଲୁଣକରନସର ଜମ୍ବେଶ୍ୱର ଭାଦୁ ହୋଟେଲରେ ନାବାଳକଙ୍କ ସହ ଅସଦାଚରଣ କରିଥିଲେ । ଏହା ଖବର ପାଇବା ପରେ ଅଭିଯୁକ୍ତ ନାବାଳକର ମା’ ଓ ବାପାଙ୍କୁ ହତ୍ୟା କରିବାକୁ ସେମାନ ଧମକ ଦେଇଛ‌ନ୍ତି । ସୂଚନାନୁସାରେ, ଏହି ନାବାଳକ ଏକ ମାସ ପର୍ୟ୍ୟନ୍ତ ସେମାନଙ୍କ ବନ୍ଧକରେ ରହିଥିଲେ । ଜାନୁଆରୀ ୪ ରେ ଯେତେବେଳେ ସେ କୌଣସି ପ୍ରକାରେ ତାଙ୍କ କବଳରୁ ପଳାଇ ଯାଇଥିଲେ, ସେତେବେଳେ ଏହି ଘଟଣାର ସାମ୍‌ନାକୁ ଆସିଛି ।

ବର୍ତ୍ତମାନ ପୀଡିତଙ୍କ ମା’ ବଜୁ ପୋଲିସ ଷ୍ଟେସନରେ ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏଥି ସହ ପୋଲିସର ସୂଚନାନୁସାରେ, ଏହି ମାମଲାରେ ଅଭିଯୋଗ ପରେ ତଦନ୍ତ ଚାଲିଛି । ବିକାନେର ଏସପି ପ୍ରୀତି ଚନ୍ଦ୍ର କହିଛନ୍ତି ଯେ, ଅଭିଯୁକ୍ତ ଏବଂ ପୀଡିତଙ୍କ ପରିବାର ମଧ୍ୟରେ ପୁରୁଣା ଶତ୍ରୁତା ରହିଛି । ଆମର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶିଶୁର ଗୁପ୍ତାଙ୍ଗ ଏବଂ ଅନ୍ୟାନ୍ୟ ଅଂଶରେ କିଛି ଆଘାତ ଲାଗିଛି ।

Leave A Reply

Your email address will not be published.