ସେମିଳିଗୁଡାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବିଲେଇଗୁଡା ଉଚ୍ଚ ସରକରୀ ବିଦ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ, ବୟସ୍କ ବୃଦ୍ଧବୃଦ୍ଧା ୨୪୦ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ଚିହ୍ନଟ କରାଯାଇଥିଲା । ସେହିପରି ସେମିଲିଗୁଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃଦ୍ଧବୃଦ୍ଧ ଓ ଭିନ୍ନକ୍ଷମ ମାନଙ୍କୁ ଡାକ୍ତରଙ୍କ ପାଖକୁ ପହଂଚାଇବାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡାକ୍ତରୀ ଟିମ୍‌ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିଥିବା ବେଳେ ଏଥିରେ ସେମିଲିଗୁଡା ବ୍ଲକ ସରକାରୀ କର୍ମଚାରୀ ସହଯୋଗ କରିଥିଲେ । ୧୭ଗୋଟି ଗ୍ରାମ ପଂଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.