ଗଣଶିକ୍ଷା ମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସଇଁନ୍ତଲା ଅଞ୍ଚଳ ଗସ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ଅଞ୍ଚଳକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶ‌କ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରିଛନ୍ତି । ସଇଁନ୍ତଲା ବାଳକ ଉଚ୍ଚ ବିଦ୍ୟାଳୟକୁ ପହଂଚି ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛ‌ନ୍ତି । ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଥିତି ପରଖିବା ସହ ଛାତ୍ରୀମାନଙ୍କୁ ରବିବାର ଦିନ ପାଠ ପଢ଼ା ଯିବ କି ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ ମନ୍ତ୍ରୀ । ଛାତ୍ରୀମାନେ ପଢ଼ା ହେବ ବୋଲି କହିଥିଲେ । ଦୀର୍ଘ ମାସ ହେବ କରୋନାର ମହାମାରୀ ରୂପ ଧାରଣ ଯୋଗୁଁ ସମସ୍ତ ସ୍କୁଲ କଲେଜ ଗୁଡିକ ବନ୍ଦ ରହିଥିଲା । ଏବେ ସ୍କୁଲ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀମାନ‌ଙ୍କ ମଧ୍ୟରେ ଉ‌ତ୍ସାହ ଦେଖାଯାଇଛି । ସରକାର କରୋନା କଟକଣାରେ ସ୍କୁଲ ଗୁଡିକୁ ଖୋଲାଯାଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ଓ ଶିଶୁ ବିକାଶ ମନ୍ତ୍ରୀ ସଇଁନ୍ତଲା ଅଞ୍ଚଳର ସ୍କୁଲଗୁଡିକୁ ପରିଦର୍ଶନ କରି ଫେରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.