oom

ଗଞ୍ଜାମ ପୋତ୍ତାଗଡ଼ ପରିସରରେ ସ୍ୱଚ୍ଛତା ଅଭିଯାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ସ୍ଥଳ ପୋତ୍ତାଗଡ଼ ପରିସରରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଏକ ମେଗା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି । ମହାନ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜୟନ୍ତୀ ଦିବସ ପାଳନ ଅବସରରେ ଏହି ସ୍ୱଚ୍ଛତା ଦିବସ ପାଳନ କରାଯାଇ ପଣ୍ଡିତ ଦୀନ ଦାୟାଲଙ୍କ ଜୀବନକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ଏହାକୁ ସାକାର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପୌରହିତ୍ୟରେ ଶହସ୍ରାଧିକ ଲୋକଙ୍କ ସହଯୋଗରେ ବିସ୍ତୀର୍ଣ୍ଣ ଉପକୂଳବର୍ତ୍ତୀ ଅଞ୍ଚଳରେ ସଫେଇ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏଥିରେ ପୌର କର୍ମଚାରୀ, ଅଫିସିଆଲ୍ ଷ୍ଟାଫ୍, ସ୍ୱେଚ୍ଛାସେବୀ, ବରିଷ୍ଠ ନାଗରିକ, ମହିଳା ଏସ.ଏଚ.ଜି. ଏପରିକି ସବୁ ବର୍ଗର ଲୋକ ଏହି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ସମାଜସେବୀ ଇଞ୍ଜିନିୟର ବିନୋଦ ଚନ୍ଦ୍ର ପାଢ଼ୀ, ବରିଷ୍ଠ କାଉନସିଲର ଅରୁଣ ପଣ୍ଡା, ବରିଷ୍ଠ ସାମ୍ୱାଦିକ ରବିନ୍ଦ୍ର କୁମାର ପଣ୍ଡା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିବା ସାଂଗକୁ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ପ୍ରତିପାଦନ କରିଥିଲେ ।

jittmm
Leave A Reply

Your email address will not be published.