‘ସ୍ୱଚ୍ଛତା ହିଁ ସେବା-୨୦୨୪’ ଅଧୀନରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ସଫେଇ ଏବଂ ସ୍ୱଚ୍ଛତା ଅଭିଯାନ

ନୂଆଦିଲ୍ଲୀ, (ପିଆଇବି) : ବୟନ ମନ୍ତ୍ରଣାଳୟ ଏହାର ବିଭିନ୍ନ ଅଧସ୍ତନ କର୍ମଚାରୀ, ସ୍ୱୟଂଶାସିତ ସଂସ୍ଥା ମାଧ୍ୟମରେ ‘ସ୍ୱଚ୍ଛତା ହିଁ ସେବା ୨୦୨୪’ ପାଳନ କରୁଛିଫ ଏହାର ବିଷୟବସ୍ତୁ ରହିଛି ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ଫ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଓ ସବୁଜ ଭାରତ ଲକ୍ଷ୍ୟରେ ପ୍ରୋତ୍ସାହିତ ହୋଇ ଦେଶବ୍ୟାପୀ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଅଧୀନରେ ଏହାଏକ ପଦକ୍ଷେପଫ ଭାରତୀୟ ଝୋଟ ନିଗମ ଭାରତୀୟ ଝୋଟ ନିଗମ (ଜେସିଆଇ)ର ନଗାଓଁ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନଗାଓଁ ମହାନଗର ନିଗମରେ ସଫେଇ ମିତ୍ରଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଦୈନିକ ଜୀବନରେ ସ୍ୱଚ୍ଛତାକୁ ବଜାୟ ରଖିବା ଲାଗି ସଫେଇ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ କଠନ ପରିଶ୍ରମର କୃତଜ୍ଞତା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକୀ ସଂସ୍ଥାନ (ଏନ୍‌ଆଇଏଫ୍‌ଟି) ସଫେଇ ଓ ସ୍ୱଚ୍ଛତା ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏନ୍‌ଆଇଫଏ୍‌ଟି କ୍ୟାମ୍ପ ସ୍ରେଷ୍ଟ୍ରିଟପ୍ଲେ, ନୁକ୍କଡ ନାଟକ ଏବଂ ରିଲ୍ତିଆରି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ‘ସ୍ୱଭାବସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ ବିଷୟବସ୍ତୁ ଆଧାରରେ ଏନ୍‌ଆଇଏଫ୍‌ଟି ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଉତ୍ସାହ ଓ ଫୁର୍ତ୍ତିର ସହ ରଚନାତ୍ମକ ଓ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସ୍ୱଚ୍ଛ ଓ ସବୁଜ ଭାରତ ଦିଗରେ ଏହା ଉଭୟ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପ୍ରୋତ୍ସାହିତ କରିଥିଲା ।

ବୟନ ମନ୍ତ୍ରଣାଳୟ ମୁଖ୍ୟାଳୟ
ବୟନ ମନ୍ତ୍ରଣାଳୟ ମୁଖ୍ୟାଳୟରେ ‘ସଫେଇ ମିତ୍ର-ସୁରକ୍ଷା ଶିବିର’ ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବ୍ୟକ୍ତିଗତ ସ୍ୱଚ୍ଛତା ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ସଫେଇକର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ସେମାନେ କାର୍ଯ୍ୟକ୍ଷେତ୍ର ଓ ସାଧାରଣ ସ୍ଥାନ ଗୁଡ଼ିକୁ ସଫଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁଏହି ପଦକ୍ଷେପ ନିଆଯାଇଛି ।
ବୟନ କମିଟି
ବୟନ କମିଟି ପକ୍ଷରୁ ଏକ ସାଇବର ସ୍ୱଚ୍ଛତା ଅଭିଯାନ ଏହାର ମୁଖ୍ୟାଳୟ ଏବଂ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କରାଯାଇଛି । ଏହି ଅଭିଯାନରେ ଆଣ୍ଟିଭାଇରସ ସଫ୍ଟୱେର ଇନଷ୍ଟଲ କରାଯିବା ସହ କର୍ମଚାରୀ ମାନଙ୍କୁ ସାଇବର ସ୍ୱଚ୍ଛତା ବାବଦରେ ସଚେତନ କରିବାକୁ କର୍ମଶାଳା ଆୟୋଜନ କରାଯାଇଛି । କାର୍ଯ୍ୟକ୍ଷେତ୍ରର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଅନୁଧ୍ୟାନ କରିବାକୁ ଅଫିସରମାନେ ବିଭିନ୍ନ ଡିଭିଜନ ଓ ସେକ୍ସନ ଗସ୍ତ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଅଫିସ ସ୍ପେସ ମ୍ୟାନେଜମେଣ୍ଟ ଓ ଉତ୍ତମ ସାଇବର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିଛି ।

Leave A Reply

Your email address will not be published.

error: Content is protected !!