ଜୁନାଗଡ଼ ବ୍ଲକ ଚିଚେଇଗୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ସେମିନାର ଅନୁଷ୍ଠିତ

ଜୁନାଗଡ଼, (କେପିଏନ୍‌ଏସ୍‌) : ଜୁନାଗଡ଼ ଅନ୍ତର୍ଗତ ଚି଼ଚେଇଗୁଡ଼ା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଲକ ବିଜ୍ଞାନ ସାଧନ କେନ୍ଦ୍ରର ସଭାପତି ନେପାଳ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ଠାକୁର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା କମ୍ପ୍ୟୁଟର ବୈଜ୍ଞାନିକ ବିଭୁ ପ୍ରସାଦ ମେହେର, ସମ୍ପାଦକ ମଳୟ କୁମାର ମୁଣ୍ଡ, ଶକ୍ତି ପ୍ରସାଦ ମେହେର, ସୁଶାନ୍ତ ଦୀପ, ସୁବାସ ନାୟକ ପ୍ରମୁଖ ପ୍ରଧାନ ଶିକ୍ଷକ ମଂଚାସୀନ ଥିଲେ । ସେମିନାରର ବିଷୟ ଥିଲା, କୃତ୍ରିମ ବୁଦ୍ଧିମତା ସମ୍ଭାବନା ଓ ଆହ୍ୱାନ । ଉକ୍ତ ସେମିନାରରେ ଚିଚେଇଗୁଡ଼ା ବିଦ୍ୟାଳୟର ଛାତ୍ରୀ ନିବେଦିତା ନାଏକ ପ୍ରଥମ ସ୍ଥାନ ଲାଭକରି ଜିଲ୍ଲାସ୍ତରୀୟ ସେମିନାରକୁ ମନୋନୀତ ହୋଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ଜୁନାଗଡର ଛାତ୍ର ସତ୍ୟମ ପଧାନ Perhaps ଓ ଲଙ୍କେଶ୍ୱରୀ ବାଳିକା ବିଦ୍ୟାଳୟ, ଜୁନାଗଡ଼ର ଛାତ୍ରୀ ସୁନେଇନା ପ୍ରଧାନୀ ତୃତୀୟ ହୋଇଥିଲେ । ବିଚାରକ ଭାବେ ପର୍ଲା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତେଜେଶ୍ୱର ସାହୁ ଓ ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଶୀଲ ନାଗ ଯୋଗ ଦେଇଥିଲେ । ସମସ୍ତ ପ୍ରତିଯୋଗୀ କୁନି ବୈଜ୍ଞାନିକ ମାନେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ପ୍ରତିଷ୍ଠିତ କବି ସୁଧିର ମେହେର ଓ ମହେଶ ଭାଟି ସଂଯୋଜନା କରିଥିବାବେଳେ ଅନ୍ୟତମ ଶିକ୍ଷକ କବି ପ୍ରେମଲାଲ ବାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.