ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ଚତୁର୍ଥ ମାସିକ କ୍ଳଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଥୁବୁଡ଼ିଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମେହେର ସଭାପତିତ୍ୱ କରିଥିଲେ । ଥୁବୁଡିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂପେନ୍ଦ୍ର ସାଗର, ମକର ବାରିକ, ଗୌର ବଗର୍ତ୍ତୀ, ସୁରପତି ଝାଙ୍କର, ଅନୋଲା ହୋରୋ, ରଜନୀକାନ୍ତ ବାଗ ଓ ଅନ୍ୟ ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ଉପସ୍ଥିତ ଥିଲେ । ବୈଠକରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ଆଦେଶ ଅନୁଯାୟୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ଜାତୀୟ ଉପଲବ୍ଧି ପରୀକ୍ଷଣ, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ ମାନ ନିର୍ଦ୍ଧାରଣ ଟ୍ରାକର୍ ଆଲୋଚନା ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଜାତୀୟ ଉପଲବ୍ଧି ପରୀକ୍ଷଣର ନମୁନା ପ୍ରଶ୍ନପତ୍ର ଅଭ୍ୟାସ କରାଯିବା ସହିତ କିପରି ସେମାନେ ଏହି ପରୀକ୍ଷଣରେ ତାଙ୍କ ଦକ୍ଷତାକୁ ଭଲ ଭାବେ ପ୍ରଦର୍ଶନ କରିବେ ସେହି ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲ ।

Leave A Reply

Your email address will not be published.