ମାୟାବର୍ହା ହାଇସ୍କୁଲରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ରାସ୍ତା ଘାଟରେ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମୂଲ୍ୟବାନ ଜୀବନ ଚାଲିଗଲେ ପରିବାର ଲୋକେ ଶୋକ ସନ୍ତପ୍ତରେ ସମୟ ବିତାଇଥାନ୍ତି । ଆର୍ଥିକ ଦିଗରେ ବିଶେଷ ଭାବରେ ପରିବାର ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି । ପ୍ରାଥମିକ ଶିକ୍ଷା ତଥା ଆବଶ୍ୟକ ସମୟରେ ଉପଯୁକ୍ତ ପ୍ରାଥମିକ ସେବା ଯୋଗାଇଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହେବା ଉଚିତ । ଏ କଥାକୁ ଦୃଷ୍ଟିରେ ରଖି ରାଜ୍ୟ ରେଡକ୍ରସଙ୍କ ଆହ୍ୱନ କ୍ରମେ ଆଜି ସେପ୍ଟେମ୍ବର ଦ୍ୱିତୀୟ ଶନିବାରରେ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ ତଥା ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଡେମୋନେଷ୍ଟ୍ରେସନ ମାଧ୍ୟମରେ ସ୍କାଉଟ ଓ ଗାଇଡ ସାଧନ କର୍ମୀ ଶ୍ରୀ ପ୍ରଧାନଙ୍କ ସହ ରକ୍ଷକ ସାଧନ କର୍ମୀ ସୁଶ୍ରୀ ତପସ୍ଵିନୀ ଦାସ, ଜୁନିଅର ରେଡକ୍ରସ ସାଧନ କର୍ମୀ ହୃଷୀକେଶ ଦାଙ୍ଗ ପ୍ରାଥମିକ ଚିକିତ୍ସାର ଡି.ଆର.ଏ.ବି.ସି, ମୂର୍ଚ୍ଛା ,ସକ୍, ଚୋକିଂ,ବେଣ୍ଡଜ୍, ରିକୋଭାରି ପୋଜିସନ୍ ଭଳି ବିଭିନ୍ନ କୌଶଳ ବିଷୟରେ ତାଲିମ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସମସ୍ତେ ତାଲିମ ନେବା ସହିତ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ଆଗେଇ ଆସିବାକୁ ଅଙ୍ଗୀକାର ବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ ପୂଜାରୀ, ନରେନ୍ଦ୍ର ସାହୁ, ନନ୍ଦିଘୋଷ ବାରିକ, ସଞ୍ଜୀବ ପୂଜାରୀ, ବିଭୀଷଣ, ମିନିକେତନ, ସୁରଜ, ସମୀର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ କିରଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଆଜି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ତଥା ସୋନପୁର ଜେଆରସିଓ ରବିଚନ୍ଦ୍ର ପଶାୟତଙ୍କୁ ସମ୍ବର୍ଦ୍ଧିତ କରାଯାଉ ଥିବାରୁ ଅଞ୍ଚଳରେ ଖୁସିର ମାହୋଲ ରହିଛି ।

Leave A Reply

Your email address will not be published.