ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆନ୍ତର୍ଜାତୀୟ ତଟକୂଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟର ସ୍କାଉଟ୍‌ ଏବଂ ଏନ୍‌. ସି. ସି. ବିଦ୍ୟାର୍ଥୀମାନଙ୍କୁ ନେଇ ନିକଟସ୍ଥ ନୋଳିଆ ନୂଆଗାଁ ସଂଲଗ୍ନ ସମୁଦ୍ର ତଟକୁ ପରିତ୍ୟକ୍ତ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ଦ୍ରବ୍ୟ ଆଦିକୁ ସଂଗ୍ରହ କରାଯାଇ ପରିସ୍କାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟଙ୍କ ସମେତ ବିଦ୍ୟାଳୟର ସ୍କାଉଟ୍‌ ମାଷ୍ଟର ଶିବପ୍ରସାଦ ପଟ୍ଟନାୟକ, ଏନ୍‌. ସି. ସି. ମାଷ୍ଟର ଡି. ଗଣେଶ ରେଡ୍ଡୀ ସହିତ ପରିଚାଳନା କମିଟିର ସହ-ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ତଟୀୟ ସ୍ୱଚ୍ଛତା ନିମିତ୍ତ ମାର୍ଗଦର୍ଶନ କରିଥିଲେ । ଆଚାର୍ଯ୍ୟା ରଞ୍ଜିତା ପଲେଇ ଓ ସ୍ଥାନୀୟ ସଂସ୍କାର କେନ୍ଦ୍ର ସଂଯୋଜିକା ରାଜମ୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.