ରାସ୍ତା ପାଲଟିଛି ମରଣ ଯନ୍ତା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମର ତଲିପଡା ରାସ୍ତା ପାଲଟିଛି ମରଣ ଯନ୍ତା । ରାସ୍ତା ମଝିରେ ବଡ ଖାଲଟିଏ ରହିଛି, ଖାଲରେ ଭର୍ତ୍ତି ହୋଇ ରହିଛି କାଦୁଅ । ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟତ କରିଥାନ୍ତି । ଲୋକମାନଙ୍କୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତାର ତୁରନ୍ତ ମରାମତି କରିବାକୁ ଗ୍ରାମବାସୀଙ୍କ ଦାବୀ ହେଉଛି ।

Leave A Reply

Your email address will not be published.