oom

ଅଦାବାହାଲ ଗ୍ରାମପଞ୍ଚାୟତର ରିତେଶ ବଛାଙ୍କୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହେଲେ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅଦାବାହାଲ ଗ୍ରାମପଞ୍ଚାୟତ ଚାଣ୍ଟିପଲା ଗ୍ରାମର କୃପାସିନ୍ଧୁ ବଛା ଓ ମୋହିନୀ ବଛାଙ୍କ ପୁଅ ରିତେଶ ବଛା ହରିୟାଣା ଠାରେ ଆୟୋଜିତ ହେଉଥିବା ୩୨ତମ ଜାତୀୟସ୍ତରୀୟ ଜୁନିଅର ଟେନିସ ବଲ, କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଟିମରେ ସାମିଲ ହୋଇଛନ୍ତି । ଯାହାକି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଭଲ କ୍ରିକେଟ ଖେଳୁଥିବା ପିଲାଙ୍କୁ ଚୟନ କରାଯାଇ ଓଡ଼ିଶା ଟିମ ଗଠନ କରାଯାଇଛି । ବଲାଙ୍ଗିର ଜିଲ୍ଲାରୁ ରିତେଶ ଚୟନ ହୋଇ ନିଜ ରାଜ୍ୟ ପଟୁ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଖେଳ ଖେଳିବା ଟିଟିଲାଗଡ଼ ପାଇଁ ଏକ ଗର୍ବର ବିଷୟ । ଆସନ୍ତା ଅକ୍ଟୋବର ୧୭ ରୁ ୨୧ ହରିୟାଣା ରାଜ୍ୟର ସୋନିପଥ ଠାରେ ଖେଳା ଯିବ । ରାଜ୍ୟସ୍ତରୀୟ ଟିମରେ ସ୍ଥାନ ପାଇଥିବାରୁ ରିତେଶଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଭଲ ଖେଳ ପ୍ରଦର୍ଶନ କରିବାକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ କାର୍ଯ୍ୟକାରୀ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ଅଦା ବାହାଲ ସରପଞ୍ଚ ପୁଷ୍ପା ବତି ନାଗ, ବିଧାୟକ ନବୀନ ଜୈନ ।

jittmm
Leave A Reply

Your email address will not be published.