ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀଙ୍କୁ ୧୫ଟି ଭିନ୍ନ ଭିନ୍ନ ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯାହା ତାଙ୍କର ଏବଂ ଭାରତର ଗୌରବକୁ ବଢ଼ାଇଛି
  • ମୋଦୀ ୩.୦ର ପ୍ରଥମ ୧୦୦ ଦିନ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଏକ ମଜଭୁତ ଭିତ୍ତିପ୍ରସ୍ତର ସ୍ଥାପନ କରିଛି
  • ଏହି ୧୦୦ ଦିନ ସମାଜର ପ୍ରତ୍ୟେକ ବର୍ଗକୁ ଅନ୍ତର୍ଭୁକ୍ତ କରି ବିକାଶ ଏବଂ ଗରିବଙ୍କ କଲ୍ୟାଣ ମଧ୍ୟରେ ଏକ ଉଲ୍ଲେଖନୀୟ ସନ୍ତୁଳନ ସୃଷ୍ଟି କରିଛି
  • ମୋଦୀ ୩.୦ର ପ୍ରଥମ ୧୦୦ ଦିନରେ ପାଖାପାଖି ୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି
  • ବିଗତ ୧୦ ବର୍ଷ ଧରି ମୋଦି ସରକାର ନୀତି କାର୍ଯ୍ୟକାରିତାର ଦିଗ, ଗତି ଏବଂ ସଠିକତାରେ ନିରନ୍ତରତା ବଜାୟ ରଖିଛନ୍ତି
  • ନିରାପତ୍ତା, ବିକାଶ ଓ ଗରିବଙ୍କ କଲ୍ୟାଣ ଦିଗରେ ମୋଦୀ ସରକାର ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବେ
  • ସୁରକ୍ଷିତ ଭାରତ ଗଠନ ପାଇଁ ମୋଦୀ ସରକାର ବାହ୍ୟ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି
  • ପିଏମ୍‌ଏୱାଇ ଅଧୀନରେ ଅତିରିକ୍ତ ୩ କୋଟି ଘର ମଞ୍ଜୁର କରି ମୋଦୀ ସରକାର ପ୍ରତ୍ୟେକ ଗରିବ ନାଗରିକଙ୍କ ପାଇଁ ଘର ଯୋଗାଇବା ସକାଶେ ନିଜର ପ୍ରତିବଦ୍ଧତା ଦିଗରେ ଅଗ୍ରଗତି କରୁଛନ୍ତି
  • ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି
  • ମୋଦୀ ସରକାରଙ୍କ ଅମଳରେ ଭାରତ ଏକ ପ୍ରମୁଖ ବିଶ୍ୱ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଛି
  • ମୋଦୀ ସରକାର କୃଷକମାନଙ୍କୁ ସମୃଦ୍ଧ କରିବା, ଦେଶକୁ ଖାଦ୍ୟ ସୁରକ୍ଷିତ ରଖିବା ଏବଂ କୃଷକମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି
  • ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ୍ ଘୋଷଣା କରାଯାଇଛି, ଯାହା ଆଗାମୀ ପାଞ୍ଚ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକଙ୍କୁ ଉପକୃତ କରିବ
  • ପୁଞ୍ଜି ବ୍ୟୟକୁ ୧୧ ଲକ୍ଷ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ନିଜେ ଏକ ମାଇଲଖୁଣ୍ଟ
  • ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ
  • ଆଜି ୧ କୋଟିରୁ ଅଧିକ ‘ଲକ୍ଷପତି ଦିଦି’ ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଆୟ କରୁଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ନିଷ୍ପତ୍ତି ଏବଂ ଉପଲବ୍ଧି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ପୁସ୍ତିକା ‘ବିକଶିତ ଭାରତର ମାର୍ଗ ପ୍ରଶସ୍ତ’ ଏବଂ ଆଠଟି କଳାକୃତି ଉନ୍ମୋଚନ କରିଥିଲେ । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଥିଲେ ଯେ, ମୋଦି ଜୀ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ସେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ବିଶ୍ୱର ୧୫ଟି ଭିନ୍ନ ଭିନ୍ନ ଦେଶ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି, ଯାହା କେବଳ ଆମ ପ୍ରଧାନମନ୍ତ୍ରୀଙ୍କର ନୁହେଁ ବରଂ ସମଗ୍ର ଭାରତର ଗୌରବ ବୃଦ୍ଧି କରିଛି । ଶ୍ରୀ ଶାହ କହିଛନ୍ତି ଯେ, ଆଜି ଦେଶର ୧୪୦ କୋଟି ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କ୍ରମାଗତ ୧୦ ବର୍ଷ ଧରି ଭାରତର ବିକାଶ, ନିରାପତ୍ତା ଓ ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ ସରକାର ଚଳାଇବା ପରେ ଦେଶର ଜନତା ୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ଥର ପାଇଁ ସରକାର ଗଠନ ଲାଗି ଆମକୁ ଜନାଦେଶ ଦେଇଛନ୍ତି ବୋଲି ଅମିତ ଶାହ କହିଥିଲେ । ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ନେତା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଦେଶର ନେତୃତ୍ୱ ନେଉଛନ୍ତି । ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ରାଜନୈତିକ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି ଏବଂ ଦେଶ ନିଜ ନୀତିରେ ନିଜକୁ ବଜାୟ ରଖିଛି । ସେ କହିଛନ୍ତି ଯେ, ୧୦ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକାରିତାର ଗତି ଏବଂ ସଠିକତା ବଜାୟ ରଖି ନୀତିଗୁଡ଼ିକ ଆଶା ଅନୁଯାୟୀ କାର୍ଯ୍ୟ ଜାରି ରଖିବାକୁ ଏକାଦଶ ବର୍ଷରେ ପ୍ରବେଶ କରିବା ଏକ ଅତ୍ୟନ୍ତ କଷ୍ଟକର ଏବଂ ଏକ ବଡ଼ ଉପଲବ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ୧୦ ବର୍ଷ ମଧ୍ୟରେ ଦେଶର ବାହ୍ୟ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଏକ ସୁରକ୍ଷିତ ଭାରତ ଗଠନରେ ବଡ଼ ସଫଳତା ହାସଲ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆମର ପ୍ରାଚୀନ ଶିକ୍ଷାଗତ ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରି, ଭାଷାର ମହିମାକରଣ ଏବଂ ଆଧୁନିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ଶିକ୍ଷାରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଏବଂ ନୂତନ ଶିକ୍ଷା ନୀତି ଆଣିବା କାର୍ଯ୍ୟ କରିଛନ୍ତି । ସେ କହିଥିଲେ ଯେ, ଆଜି ସମଗ୍ର ବିଶ୍ୱରେ ଉତ୍ପାଦନ କାର୍ଯ୍ୟକଳାପ ପାଇଁ ଭାରତ ସବୁଠାରୁ ପସନ୍ଦର ସ୍ଥାନ ପାଲଟିଛି । ଶ୍ରୀ ଶାହ କହିଥିଲେ ଯେ, ବିଶ୍ୱର ଅନେକ ଦେଶ ଆମ ଡିଜିଟାଲ ଇଣ୍ଡିଆ ଯୋଜନାକୁ ବୁଝିବାକୁ, ଗ୍ରହଣ କରିବାକୁ ଏବଂ ସେମାନଙ୍କ ବିକାଶର ଆଧାର କରିବାକୁ ଚାହୁଁଛନ୍ତି । ଅର୍ଥନୀତିର ସମସ୍ତ ୧୩ଟି ମାନଦଣ୍ଡରେ ଶୃଙ୍ଖଳା ଓ ପ୍ରଗତି ଆଣିଛୁ ବୋଲି ସେ କହିଛନ୍ତି । ମହାକାଶ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱ ଭାରତର ଉଜ୍ୱଳ ଭବିଷ୍ୟତର ସାକ୍ଷୀ । ଗୃହମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ପରେ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଦୃଢ଼ ବୈଦେଶିକ ନୀତି କାର୍ଯ୍ୟକାରୀ ହୋଇଛି । ଅମିତ ଶାହ କହିଛନ୍ତି ଯେ, ମୋଦି ସରକାରଙ୍କ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬୦ କୋଟି ଗରିବ ଲୋକଙ୍କୁ ଘର, ଶୌଚାଳୟ, ଗ୍ୟାସ ସଂଯୋଗ, ପାନୀୟ ଜଳ, ବିଜୁଳି, ମାସିକ ୫ କେଜି ଶସ୍ୟ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଲକ୍ଷ୍ୟ ରଖିଛୁ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ଏପରି କୌଣସି ବ୍ୟକ୍ତି ରହିବେ ନାହିଁ ଯାହାର ନିଜସ୍ୱ ଘର ନାହିଁ । ଶ୍ରୀ ଶାହ କହିଥିଲେ ଯେ, ମୋଦୀ ସରକାର ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ପ୍ରଦାନ କରିଛନ୍ତି ଏବଂ ଆଜି ଭାରତର ଯୁବପିଢ଼ି ବିଶ୍ୱର ଯୁବବର୍ଗଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି । କୃଷକଙ୍କ ବିକାଶ ଓ ସମୃଦ୍ଧିକୁ ଦୃଷ୍ଟିରେ ରଖି ଅନେକ ଯୋଜନା ଅଣାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶରେ ଖାଦ୍ୟ ଭଣ୍ଡାର ଏକ ସ୍ଥାୟୀତା ସ୍ତରରେ ପହଞ୍ଚିବ ଏବଂ ଆତ୍ମନିର୍ଭରଶୀଳ ହୋଇ ଆମେ ରପ୍ତାନି କରିବା ସ୍ଥିତିରେ ରହିବୁ, ଯାହା ଦ୍ୱାରା କୃଷକମାନଙ୍କ ପାଇଁ ସମୃଦ୍ଧି ଆସିବ ବୋଲି ସେ କହିଥିଲେ । ଅମିତ ଶାହ କହିଛନ୍ତି ଯେ, ମୋଦି ୩.୦ର ୧୦୦ ଦିନ ଏକ ବିକଶିତ ଭାରତ ଗଠନ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବାକୁ ଯାଉଛି । ଏହି ୧୦୦ ଦିନ ପ୍ରତ୍ୟେକ ବର୍ଗଙ୍କୁ ସାମିଲ କରି ବିକାଶ ଏବଂ ଗରିବ କଲ୍ୟାଣର ଏକ ଚମତ୍କାର ସମନ୍ୱୟ ହୋଇଛି । ସେ କହିଛନ୍ତି ଯେ, ମୋଦୀ ୩.୦ର ପ୍ରଥମ ୧୦୦ ଦିନରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ୧୦ ବର୍ଷ ଧରି ନୀତିଗୁଡ଼ିକର କାର୍ଯ୍ୟକାରିତାର ଦିଗ, ଗତି ଏବଂ ସଠିକତା ବଜାୟ ରଖିଛନ୍ତି । ସୁରକ୍ଷା, ବିକାଶ ଓ ଗରିବ କଲ୍ୟାଣ ଦିଗରେ ମୋଦୀ ସରକାର ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ଅମିତ ଶାହ କହିଛନ୍ତି ଯେ, ୧୦୦ ଦିନକୁ ୧୪ଟି ସ୍ତମ୍ଭରେ ବିଭକ୍ତ କରାଯାଇଛି । ଭିତ୍ତିଭୂମି ଅଧୀନରେ ୧୦୦ ଦିନରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ବଧାବନରେ ୭୬ ହଜାର କୋଟି ଟଙ୍କା ବ୍ୟୟରେ ଏକ ମେଗା ବନ୍ଦର ନିର୍ମାଣ କରାଯିବ, ଯାହା ପ୍ରଥମ ଦିନରୁ ବିଶ୍ୱର ଶ୍ରେଷ୍ଠ ୧୦ ବନ୍ଦର ମଧ୍ୟରେ ସ୍ଥାନ ପାଇବ । ୪୯ ହଜାର କୋଟି ଟଙ୍କା ବ୍ୟୟରେ ସଂଯୋଗ ବିହୀନ ୨୫ ହଜାର ଗାଁକୁ ସଡ଼କ ପଥରେ ସଂଯୋଗ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା । ୫୦,୬୦୦ କୋଟି ଟଙ୍କା ବ୍ୟୟରେ ଭାରତର ପ୍ରମୁଖ ମାର୍ଗକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାରାଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତୀୟ ବିମାନବନ୍ଦର, ପଶ୍ଚିମବଙ୍ଗର ବାଗଡୋଗ୍ରା, ବିହାରର ବିହଟାରେ ଉନ୍ନତିକରଣ ଏବଂ ଅଗାତି ଓ ମିନିକୋଏରେ ନୂତନ ବିମାନ ବନ୍ଦର ନିର୍ମାଣ କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏହି ୧୦୦ ଦିନ ମଧ୍ୟରେ ବେଙ୍ଗାଲୁରୁ ମେଟ୍ରୋ ଫେଜ୍ -୩, ପୁଣେ ମେଟ୍ରୋ, ଥାନେ ଇଣ୍ଟିଗ୍ରାଲ୍ ରିଙ୍ଗ ମେଟ୍ରୋ ଏବଂ ଅନ୍ୟାନ୍ୟ ମେଟ୍ରୋ ରେଳ ପ୍ରକଳ୍ପ ମଧ୍ୟ ଅଗ୍ରଗତି କରିଛି । ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଅଧୀନରେ ୯.୫୦ କୋଟି କୃଷକଙ୍କୁ ୨୦,୦୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୨ କୋଟି ୩୩ ଲକ୍ଷ ଚାଷୀଙ୍କୁ ୩ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି । ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ମଧ୍ୟ ବୃଦ୍ଧି କରାଯାଇଛି ଏବଂ ନରେନ୍ଦ୍ର ମୋଦୀ ସରକାର ପୂର୍ବ ସରକାର ତୁଳନାରେ ଏମ୍‌ଏସ୍‌ପିରେ ଅନେକ ଗୁଣ ଅଧିକ ଫସଲ କିଣିଛନ୍ତି, ଯାହା ଦର୍ଶାଉଛି ଯେ, ମୋଦୀ ସରକାର କୃଷକଙ୍କ ସ୍ୱାର୍ଥ ପ୍ରତି ସମର୍ପିତ । ସମବାୟ ଚିନି କଳର ଇଥାନଲ ଉତ୍ପାଦନ ୟୁନିଟଗୁଡ଼ିକୁ ମକାରୁ ଇଥାନଲ ଉତ୍ପାଦନ କରିବା ପାଇଁ ମଲ୍ଟି-ଫିଡ୍ ଇଥାନଲ୍ ୟୁନିଟରେ ପରିଣତ କରାଯାଇଛି । ଏହା ଦ୍ୱାରା କେବଳ ଆଖୁ ନୁହେଁ ମକାରୁ ମଧ୍ୟ ଇଥାନଲ ଉତ୍ପାଦନ ହୋଇପାରିବ । ଆମେ ପିଆଜ ଏବଂ ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ହଟାଇ ଦେଇଛୁ । ପିଆଜ ଉପରେ ରପ୍ତାନି ଶୁଳ୍କ ୪୦%ରୁ ୨୦%କୁ ହ୍ରାସ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ୧୦୦ ଦିନ ମଧ୍ୟରେ ମଧ୍ୟବିତ୍ତଙ୍କୁ ଅନେକ ସୁବିଧା ଦିଆଯାଇଛି । ଟିକସ ରିହାତି ଅଧୀନରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଲାଗୁ ହେବ ନାହିଁ । ୱାନ୍ ରାଙ୍କ ୱାନ୍ ପେନ୍ ସନ୍ (ଓଆରଓପି)ର ତୃତୀୟ ସଂସ୍କରଣ କାର୍ଯ୍ୟକାରୀ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର ମଞ୍ଜୁର କରାଯାଇଛି । ସହରାଞ୍ଚଳ ଆବାସ ଯୋଜନାରେ ୧ କୋଟି ଘର ଏବଂ ଗ୍ରାମୀଣ ଆବାସ ଯୋଜନାରେ ୨ କୋଟି ଘର ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨୦୨୪ରେ ଏପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ପରିବାରରେ ସୌର ଶକ୍ତି ପହଞ୍ଚିଛି । ଏହି ଅନନ୍ୟ ଯୋଜନା ମାଧ୍ୟମରେ କେବଳ ମଧ୍ୟବିତ୍ତ ପରିବାରର ବିଜୁଳି ବିଲ୍ ହ୍ରାସ ପାଇନାହିଁ ବରଂ ଏହା ସୌର ଶକ୍ତିର ବ୍ୟବହାର ଲକ୍ଷ୍ୟ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ପରିବେଶ ଅନୁକୂଳ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆମେ ପାଖାପାଖି ୩୪୦୦ କୋଟି ଟଙ୍କା ସହାୟତାରେ ପିଏମ୍ ଇ-ବସ୍ ସେବାକୁ ଅନୁମୋଦନ କରିଛୁ । ଷ୍ଟାର୍ଟଅପ୍ ଗୁଡ଼ିକୁ ଆର୍ଥିକ ଆଶ୍ୱସ୍ତି ଦେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାର୍ଟଅପ୍ ଉପରେ ୩୧% ବୋଝ ଥିବା ଏଞ୍ଜେଲ୍ ଟ୍ୟାକ୍ସକୁ ମଧ୍ୟ ଉଚ୍ଛେଦ କରାଯାଇଛି ବୋଲି ଅମିତ ଶାହ କହିଛନ୍ତି । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ଜୋନ୍ ନିର୍ମାଣ କରାଯିବ ଯାହାକୁ ପ୍ରମୁଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ । ମଧ୍ୟବିତ୍ତଙ୍କ ପାଇଁ ନିଆଯାଇଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଦ୍ରା ଋଣର ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଯେଉଁମାନେ ସେମାନଙ୍କର ପୁରୁଣା ଋଣ ସଫଳତାର ସହ ପରିଶୋଧ କରିଛନ୍ତି ସେମାନେ ଏଥିରୁ ଉପକୃତ ହେବେ । ଏମ୍‌ଏସ୍‌ଏମ୍‌ଇ ପାଇଁ ଏକ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରାଯାଇଛି ଯାହା ଅଧୀନରେ କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ବିନା ଗ୍ୟାରେଣ୍ଟିରେ ଋଣ ପାଇପାରିବେ । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଯେକୌଣସି ଦେଶର ବିକାଶ ପାଇଁ ସଶକ୍ତ ଯୁବକମାନେ ପ୍ରାଥମିକତା ଅଟନ୍ତି । ଆମେ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ୍ ଘୋଷଣା କରିଛୁ, ଯାହା ଅଧୀନରେ ଆଗାମୀ ୫ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକ ଉପକୃତ ହେବେ । ଆମ ସରକାର ଅଗ୍ରଣୀ କମ୍ପାନିରେ ଥିବା ଏକ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ସୁଯୋଗ, ଭତ୍ତା ଏବଂ ଏକକାଳୀନ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ହଜାର ହଜାର ନିଯୁକ୍ତି ମଧ୍ୟ ଜାରି କରାଯାଇଛି । ଶ୍ରୀ ଶାହ କହିଛନ୍ତି ଯେ, ପୁଞ୍ଜି ବ୍ୟୟକୁ ୧୧ ଲକ୍ଷ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ନିଜେ ଏକ ମାଇଲଖୁଣ୍ଟ । ଏହା ଦ୍ୱାରା ଅନେକ ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଆମର ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେବ । ପିଏଲ୍‌ଆଇ ଯୋଜନା ଏବଂ ୧୨ଟି ଶିଳ୍ପାଞ୍ଚଳର ବିକାଶ ମଧ୍ୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇ ପାଇଁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୁବବର୍ଗଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ । ଅମିତ ଶାହ କହିଥିଲେ ଯେ, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ମହିଳାଙ୍କୁ ସଂଗଠିତ କରି ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂଲଖପତି ଦିଦି ଯୋଜନା ଅଧୀନରେ ୧୦୦ ଦିନରେ ୧୧ ଲକ୍ଷ ନୂଆଲଖପତି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ୧ କୋଟିରୁ ଅଧିକଲକ୍ଷପତି ଦିଦି ବାର୍ଷିକ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହି ମହିଳାମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ଏକ ସ୍ୱପ୍ନ ବୋଲି ବିବେଚନା କରାଯାଉଥିଲା କିନ୍ତୁ ଆଜି ସେମାନେ ସମ୍ମାନର ସହ ଜୀବନ ବିତାଉଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ପର୍ଯ୍ୟଟନ ମିତ୍ର ଏବଂଡ୍ରୋନ୍ ଦିଦିଙ୍କ ଜରିଆରେ ପର୍ଯ୍ୟଟନ ଦିଦିଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାଯାଇ ଗାଇଡ୍ ଭାବେ କାର୍ଯ୍ୟ କରାଯାଇଛି । ଏହା ସହ ଯୁବପିଢ଼ିଙ୍କୁ ପର୍ଯ୍ୟଟନ ସହ ଯୋଡ଼ିବା ପାଇଁ ମଧ୍ୟ କାର୍ଯ୍ୟ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନଜାତିଆ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୬୩,୦୦୦ ଆଦିବାସୀ ଗ୍ରାମର ସମ୍ପୂର୍ଣ୍ଣ ବିକାଶ କରାଯିବ । ଏହାଦ୍ୱାରା ୫ କୋଟି ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହି ଯୋଜନା ଅଧୀନରେ ଗାଁକୁ ପ୍ରାଥମିକ ଆବଶ୍ୟକତା ଏବଂ ମୌଳିକ ସୁବିଧା ସମ୍ପୂର୍ଣ୍ଣ ରୂପେ ସଜ୍ଜିତ କରାଯିବ । ଏହି ୧୦୦ ଦିନ ମଧ୍ୟରେ ଅନୁସୂଚିତ ଜାତିର ଭିନ୍ନକ୍ଷମଙ୍କୁ ୩ ଲକ୍ଷ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ କହିଛନ୍ତି ଯେ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍‌ଆର୍‌ଏସ୍‌)କୁ ଏକ ନୂତନ ଦିଗ ସହିତ ପୁନଃ ଆରମ୍ଭ କରାଯାଉଛି । ଶ୍ରୀ ଶାହ କହିଛନ୍ତି ଯେ ୱାକଫ୍ ସଂଶୋଧନ ବିଲ୍ -୨୦୨୪ ୱାକଫ୍ ସମ୍ପତ୍ତିର ପରିଚାଳନା, ସୁରକ୍ଷା ଏବଂ ଅପବ୍ୟବହାର ରୋକିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ଦିନରେ ଏହାକୁ ସଂସଦରେ ଆଗତ କରାଯିବ । ଅମିତ ଶାହ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଅତ୍ୟନ୍ତ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଏବଂ ଏହି ଯୋଜନା କୋଟି କୋଟି ଲୋକଙ୍କ ଜୀବନକୁ ସହଜ କରିଛି । ଏହା ଅଧୀନରେ ନରେନ୍ଦ୍ର ମୋଦୀ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ଦଳର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ୭୦ ବର୍ଷରୁ ଅଧିକ ବୟସର ଗରିବ ଲୋକଙ୍କୁ ନିଜ କାର୍ଡ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ କଭରେଜ୍ ଦିଆଯିବ, ଯାହା ସେମାନଙ୍କ କଭରେଜକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବ । ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଏଥିରୁ ଉପକୃତ ହେବେ ଏବଂ ଏଥିପାଇଁ କୌଣସି ଆୟ ସୀମା ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡି ଆମେ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଉପରେ ନିର୍ଭରଶୀଳତା ଦୂର କରିବା ଦିଗରେ ଅଗ୍ରସର ହେଉଛୁ । ଏଥିପାଇଁ ୩ ବର୍ଷର ଟାର୍ଗେଟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ଶାହା କହିଥିଲେ ଯେ, ଅଗଷ୍ଟ ୨୩ ତାରିଖରେ ପ୍ରଥମ ମହାକାଶ ଦିବସ ପାଳନ କରାଯାଇଥିଲା, ଯାହା ଅଧୀନରେ କିଶୋର ଏବଂ ଯୁବକମାନଙ୍କୁ ମହାକାଶ କ୍ଷେତ୍ରରେ ଉତ୍ସାହିତ ଏବଂ ଆଗ୍ରହୀ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଜାତୀୟ ଡାଟାବେସ୍ ଏବଂ ଗ୍ରାମୀଣ ଜମି ରେକର୍ଡ ପାଇଁ ଏକପଞ୍ଚାୟତ ପୋର୍ଟାଲ ଆରମ୍ଭ କରାଯାଇଛି । ଗୁଜରାଟର ସାନନ୍ଦରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରାଯାଇଛି ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳିରେ ପରିଣତ ହେବ । ଗୃହମନ୍ତ୍ରୀ କହିଛନ୍ତି ଯେ, ଇଂରେଜମାନଙ୍କ ଦ୍ୱାରା କରାଯାଇଥିବା ୧୫୦ ବର୍ଷରୁ ଅଧିକ ପୁରୁଣା ଅପରାଧିକ ଆଇନକୁ ବଦଳାଇ ୨୦୨୪ ଜୁଲାଇ ୧ରେ ତିନୋଟି ନୂତନ ଆଇନ – ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‍) ଏବଂ ଭାରତୀୟ ସାକ୍ଷୀ ଆଧିନିୟମ (ବିଏସ୍‌ଏ) କାର୍ଯ୍ୟକାରୀ କରାଯାଇଛି । ଏହି ତିନୋଟି ନୂଆ ଆଇନ ଆଗାମୀ ଦିନରେ କେବଳ ଆମର ଅପରାଧିକ ନ୍ୟାୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବ ନାହିଁ, ବରଂ ନ୍ୟାୟ ପାଇବାକୁ ସହଜ କରିବ ଏବଂ ଠିକ୍ ସମୟରେ ନ୍ୟାୟ ଦେବା ମଧ୍ୟ ଆରମ୍ଭ କରିବ । ୩ ବର୍ଷ ମଧ୍ୟରେ ଏହି ଆଇନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପରେ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଆଧୁନିକ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅମିତ ଶାହ କହିଛନ୍ତି ଯେ, ଜୁନ୍ ୨୫କୁସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇ ଆଗାମୀ ପିଢ଼ିକୁ ସଚେତନ କରିବାକୁ ପ୍ରୟାସ କରାଯାଇଛି ଯେପରି ଦେଶକୁ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତିର ଅନ୍ଧାର ସମୟ ଦେଇ ଗତି କରିବାକୁ ପଡ଼ିବ ନାହିଁ । ସେ କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ ଏବଂ ୟୁକ୍ରେନ୍‌ ଗସ୍ତକୁ ଆଶାର ସହ ଅପେକ୍ଷା କରିଛି । ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟି ଭାରତରେ ଏହାର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛି ଏବଂ ଏହା ଆଗାମୀ ଦିନରେ ଆମର ଅନେକ ଐତିହ୍ୟ ସ୍ଥଳକୁ ବହୁତ ଉପକୃତ କରିବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ୩୫ ବର୍ଷର ସଂଘର୍ଷ ପରେ ଚଳିତ ବର୍ଷ ସେପ୍ଟେମ୍ବର ୪ରେ ତ୍ରିପୁରାରେ ଏନ୍‌ଏଲ୍‌ଏଫ୍‌ଟି ଏବଂ ଏଟିଟିଏଫ୍‌ ସହିତ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ୬୩୫୦ କୋଟି ଟଙ୍କାର ନୂଆ ଯୋଜନା ଅଣାଯାଇଛି । ଉତ୍ତର-ପୂର୍ବାଞ୍ଚଳରେ ୪୧୦୦ କୋଟି ଟଙ୍କା ବ୍ୟୟରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ବିପର୍ଯ୍ୟୟ ପରିଚାଳନା ବିଲ୍ ୨୦୨୪ରେ ଲୋକସଭାରେ ଆଗତ ହୋଇଛି । ଏହି ବିଲ୍ ସହରାଞ୍ଚଳ ପାଣ୍ଠି ପରିଚାଳନା, ଅଗ୍ନିଶମ ସେବା, ଜିଏଲ୍ଓଏଫ୍ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲାର ଆବଶ୍ୟକତା ପୂରଣ କରିବ । ଏଥିପାଇଁ ୧୨୫୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଲଦାଖରେ ୫ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଛି । ନିଶା ନିବାରଣ ଏବଂ ସୂଚନା ପାଇଁ ମାନସ ହେଲ୍ପଲାଇନ ଆରମ୍ଭ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୫୦୦୦ ସାଇବର କମାଣ୍ଡୋଙ୍କୁ ତାଲିମ ଦିଆଯିବ ଏବଂ ସାଇବର ଅପରାଧ ପାଇଁ ଏକ ସନ୍ଦିଗ୍ଧ ରେଜିଷ୍ଟ୍ରି ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି । ଅମିତ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ଆମେ ଏତେ କିଛି କରିବାରେ ସକ୍ଷମ ହୋଇଛୁ । ଏହା ପଛର କାରଣ ହେଉଛି ସବୁ ରାଜନୈତିକ ଦଳ ନିର୍ବାଚନରେ ବ୍ୟସ୍ତ ଥିଲେ, କିନ୍ତୁ ନିର୍ବାଚନର ୬ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅମଲାତନ୍ତ୍ରକୁ ଦାୟିତ୍ୱ ଦେଇଥିଲେ ଯେ, ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି, ଯେଉଁ ସବୁ ନୂଆ ସରକାର ଆସିବ, ତାହା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ, ଯାହାଦ୍ୱାରା ଦେଶର ବିକାଶର ଗତିରେ ବାଧା ସୃଷ୍ଟି ହେବ ନାହିଁ । ଏହି ଚିନ୍ତାଧାରାର ଫଳସ୍ୱରୂପ ଆମେ ୧୦୦ ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକୁ ବହୁ ଦୂରରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ଗୃହମନ୍ତ୍ରୀ କହିଛନ୍ତି । ଏହା ମାଧ୍ୟମରେ କେବଳ ଦେଶର ବିକାଶର ଗତି ବଢିବ ନାହିଁ ବରଂ ଦେଶ ସୁରକ୍ଷିତ ଓ ସମୃଦ୍ଧ ହେବ ଏବଂ ନୂତନ ଶିକ୍ଷା ନୀତି କୁ କାର୍ଯ୍ୟକାରୀ କରି ଆମେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.