ସ୍କେଟିଂ ପ୍ରତିଯୋଗିତାରେ ଜାତୀୟସ୍ତରକୁ ଉନ୍ନୀତ ହେଲେ ପ୍ରଭାବତୀ ପବ୍ଲିକ ସ୍କୁଲର ଆକ୍ରିତି ଅରୁଣିମା ପାତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଛତିଶଗଡ ରାୟପୁର କ୍ରିଷ୍ଣା ପବ୍ଲିକ ସ୍କୁଲ ସରୋନା ଠାରେ ସିବିଏସଇ ଇଷ୍ଟ ଜୋନ ସ୍କେଟିଂ ପ୍ରତିଯୋଗିତା ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ସ୍କେଟିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଟିଟିଲାଗଡ଼ ପ୍ରଭାବତି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଆକ୍ରିତି ଅରୁଣିମା ପାତ୍ର ଯାଇଥିଲେ । ରବିବାର ୱାନ ଲେପ ୧୦୦୦ ମିଟର ସ୍କ୍ୱାଡରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ଜାତିୟସ୍ତରକୁ ଉନ୍ନୀତ ହୋଇଛନ୍ତି । ଯାହାକି ସମ୍ମାନର ବିଷୟ । ଆକ୍ରିତିଙ୍କ ଏହି ସଫଳତାରେ ପିତା ଅଜିତ ଚାନ୍ଦ ପାତ୍ର ଓ ମାତା ମାନିନୀ ପାତ୍ର, ଜେଜେ ବାପା ଅଶୋକ ପାତ୍ର, ଜେଜେ ମାଁ ଶାନ୍ତିଲତା ପାତ୍ର ବହୁତ ଖୁସି ହେବା ସହ କିପରି ସେ ଜାତୀୟ ସ୍ତରରେ ସଫଳତା ଅର୍ଜନ କରୁ ସେଥିପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡଃ. ସୁନନ୍ଦା ଜତି, ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଏକାଡେମୀକ କୋଡିନେଟର ଧରିତ୍ରୀ ମହାନ୍ତି, ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଟିଟିଲାଗଡ଼ ଲାୟନସ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.