ଛେଣ୍ଡ ସ୍ଥିତ ନୋ ପ୍ରେସକିପସନ ପଏଣ୍ଟରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ନୋ ପ୍ରେସକିପସନ ପଏଣ୍ଟ ଠାରେ ଆସନ୍ତା ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ୱାସ୍ଥ୍ୟ କର୍ମଶାଳା ଏବଂ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଦେବାପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯିବାର ସିଦ୍ଧାନ୍ତ ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯେ, କୌଣସି ବ୍ୟକ୍ତି ଯୋଗଦାନ କରି ପାରିବେ ଏବଂ ସେଥିପାଇଁ କୌଣସି ଦେୟ ପୈଠ କରିବାକୁ ପଡିବ ନାହିଁ । ଚଳିତ ମାସ ୧୬ ତାରିଖ ସନ୍ଧ୍ୟା ୭ ଘଟିକାରୁ ୮ ଘଟିକାରେ ଡ଼ଃ. ବିଶ୍ୱଜିତ ମହାପାତ୍ର, ସୁସ୍ଵାସ୍ଥ୍ୟ ପାଇଁ ଆମ ଜୀବ କୋଷିକାମାନଙ୍କ ମଧ୍ୟରେ ଲୁଚି ରହିଥିବା ଶକ୍ତି (କୋଷ ଭିତ୍ତିକ ସ୍ୱାସ୍ଥ୍ୟ ଓ ଜୀବନ) ବିଷୟରେ ଆଲୋକପାତ କାରିବେ । ୧୮ ତାରିଖ ସନ୍ଧ୍ୟା ୬ ଘଟିକରୁ ୮ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଏବଂ ୧୯ ତାରିଖ ଖାଦ୍ୟ ପୋଷଣ ତତ୍ତ୍ଵ ସଂପର୍କରେ ଡଃ. ତନୟା ଚାଟାର୍ଜୀ ବୟସ୍କ ଲୋକଙ୍କ ପାଇଁ ଆଲୋଚନା କରିବେ । ୨୦ ତାରିଖରେ ସନ୍ଧ୍ୟା ୬ ରୁ ୮ ଘଟିକା ମଧ୍ୟରେ ମାନସିକ ପରାମର୍ଶଦାତା ଅଶୋକ ପଟ୍ଟନାୟକ ଏବଂ ସହଯୋଗୀମାନଙ୍କ ଦ୍ଵାରା ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋକପାତ କରାଯିବ । ୨୩ ତାରିଖରେ ସହର ପ୍ରତିଷ୍ଠିତ ହୋମିଓପାଥି ଚିକିତ୍ସକ ଡାକ୍ତର ନରେଶ ପଣ୍ଡା ଏବଂ ବ୍ରହ୍ମାନନ୍ଦ ନାୟକ ଦ୍ଵାରା ସୁସ୍ଵାସ୍ଥ୍ୟ ପାଇଁ ହୋମିଓପାଥି ବିଜ୍ଞାନର ଯୋଗଦାନ ଉପରେ ଆଲୋକପାତ କେରିବେ । ୨୫ ତାରିଖ ପୁନର୍ବାର ଡଃ. ବିଶ୍ୱଜିତ ମହାପାତ୍ର ଏବଂ ଡଃ. ଅରୁଣା ସାହୁ ଦ୍ଵାରା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ଏବଂ ପରୀକ୍ଷା କରାଯିବ । ଏହି କ୍ରମାଙ୍କରେ ୨୭ ତାରିଖରେ ମହିଳା ସ୍ୱାସ୍ଥ୍ୟ ସମ୍ପର୍କୀୟ ଆଲୋଚନାଚକ୍ରରେ ମହିଳା ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ଚକ୍ର ଡଃ. ଅରୁଣ ମହାପାତ୍ରଙ୍କ ଦ୍ଵାରା ପରିଚାଳନା ହେବ । ଅସ୍ଥି ସୁରକ୍ଷା ସମ୍ପର୍କିତ କର୍ମଶାଳା ୨୮ ତାରିଖ ସନ୍ଧ୍ୟା ୭ ଘଟିକା ଠାରୁ ୮ ଘଟିକା ପର୍ଯ୍ୟନ୍ତ ଡଃ. ସନ୍ତୋଷ ମହାପାତ୍ରଙ୍କ ଦ୍ଵାରା ପରଚାଳିତ ହେବ । ୨୯ ତାରିଖ ସନ୍ଧ୍ୟା ସମୟରେ ବିଶ୍ଵ ହୃଦୟ ଦିବସରେ ବିଷୟ ବିଶେଷଜ୍ଞ ସୁସ୍ଥ ହୃଦୟ ବିଷୟରେ ଆଲୋକପାତ କରିବେ। ୩୦ ତାରିଖ ଦିନ ମାନସିକ ସ୍ୱାସ୍ଥ୍ୟ ଓ ଜୀବନ ବିଷୟରେ ସହରର ପ୍ରଖ୍ୟାତ ମାନସିକ ବିଶେଷଜ୍ଞ ଡଃ. କଲ୍ୟାଣୀ ମିଶ୍ର ମାନସିକ ସୁସ୍ଥତା ବିଷୟରେ ଆଲେଚନା କରିବେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ବୌଦ୍ଧିକ ମାନସିକ ବିକାଶ କରିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସଚେତନ ହେବା ପାଇଁ ‘ନୋ ପ୍ରେସକିପସନ ପଏଣ୍ଟ’ର ସଚିବ ସ୍ୱପ୍ନିଲ ମହାପାତ୍ର ନିବେଦନ କରିଛନ୍ତି । ଉକ୍ତ ସେବା ମୂଳକ ଅନୁଷ୍ଠାନରେ ଯୋଗଦାନ କରି ନିଜକୁ ସୁରକ୍ଷା କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ଏଦିଗରେ ପ୍ରୋତ୍ସାହିତ କରନ୍ତୁ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।

Leave A Reply

Your email address will not be published.