ଜୟପାଟଣାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମସ୍ତ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଶିବିରରେ ମୋଟ୍‌ ୬୧ ଜଣ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରି ଶିବିରରେ ପ୍ରତ୍ୟକ୍ଷ ସେବା ପାଇ ଥିଲେ । ଆବେଦନକାରୀଙ୍କ ମଧ୍ୟରେ ୧୨ ଜଣଙ୍କୁ ଘରଡିହ, ଭତ୍ତା ୧୦ ଜଣ, ଖାଦ୍ୟ ନିରାପତ୍ତା ଆଠ ଜଣ ଓ ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ଆବେଦନ କରିଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ୫ ଜଣଙ୍କୁ ନୂଆ ଭତ୍ତା ପ୍ରଦାନ କରିଥିବା ବେଳେ ଜଣେ ଭିନ୍ନ କ୍ଷମଙ୍କୁ ୱିଲ୍‌ ଚେୟାର୍‌ ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନା ଅନ୍ତର୍ଗତ ବିଭିନ୍ନ ସେବା କେନ୍ଦ୍ର ପରିଦର୍ଶନ କରି ଆବେଦନ କାରୀଙ୍କ ସାଙ୍ଗରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ବ୍ଲକ ପରିସର ମଧ୍ୟରେ ବୃକ୍ଷରୋପଣରେ ଯୋଗ ଦେଇଥିଲେ । ବିଡ଼ିଓ ଧର୍ମ ରାଜ ମାଝୀ ଶିବିର ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଥବିର ବାଗ ଅଧ୍ୟକ୍ଷତା କରିଥିଲେ ।

Leave A Reply

Your email address will not be published.