ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ୬ ପ୍ରାଣୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୬ ପ୍ରାଣୀ । ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ, ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଞ୍ଚାୟତର ଝୋଡ଼ିପଦର୍ ଗ୍ରାମର ରମେଶ ନାଏକଙ୍କ ଘରେ । ଦିନ ୨ଟା ବେଳେ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ଦିନ ମଜୁରୀ କରି ଯୋଗାଡ଼ କରିଥିବା ଖାଦ୍ୟ ସାମଗ୍ରୀ ସହ ଅନେକ ଗୁଡ଼ିଏ ବ୍ୟବହାର୍ଯ୍ୟ ଜିନିଷ ନଷ୍ଟ ହୋଇଥିବା ପରିବାର ଲୋକେ କହିଛନ୍ତି । ସବୁ ନଷ୍ଟ ହୋଇଥିବାରୁ ସରକାରଙ୍କ ସହାୟତାର ଅପେକ୍ଷାରେ ଅଛନ୍ତି ।

Leave A Reply

Your email address will not be published.