ସ୍ୱର୍ଗତ ବ୍ରହ୍ମଚାରୀ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ଜଟଣୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦିବଙ୍ଗତ ବ୍ରହ୍ମଚାରୀ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ବେଣାପାଞ୍ଜୁରୀ ଗ୍ରାମସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ମୁତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ, ବନ୍ଧୁବାନ୍ଧବ, ପରିବାର ବର୍ଗ ଓ ଗ୍ରାମବାସୀ ବୃନ୍ଦ ଅଂଶଗ୍ରହଣ ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ସ୍ମୃତି ଚାରଣ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ତାଙ୍କର ସୁପୁତ୍ର ଶ୍ରୀନିବାସ ପ୍ରଧାନ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.