ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ସାମାଜିକ କାର୍ୟ୍ୟକର୍ତ୍ତା, ତଥା ରମାଇ ପାହାଡ ମହୋତ୍ସବର ଉଦ୍ୟୋକ୍ତା ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ଉଦ୍ଦେଶ୍ୟର ରମାଇ ପାହାଡ ନିକଟ‌ସ୍ଥ ଗାଁ ଭାଲୁପାଲି ଓ କଦଳିପାଲିରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର ଅନୁ‌ଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ସ୍ମୃତି ଏବଂ ସାମାଜିକ ପରିକଳ୍ପନାକୁ ସାକାର ରୂପ ଦେବା ପାଇଁ ଏହା ୧୩ତମ ଡାକ୍ତରୀ କ୍ୟାମ୍ପ ଥିଲା ବୋଲି କାର୍ୟ୍ୟକର୍ତ୍ତାମାନେ କହିଥିଲେ ।

ଡାକ୍ତରୀ ଚିକିତ୍ସା ସହ ମାଗଣାରେ ଔଷଧ ବଂଟନ କରାଯାଇଥିଲା । ଏହା ସତେ ଯେମିତି ଗରିବ ନିଷ୍ପେସିତ ରୋଗୀଙ୍କ ମୁହଁରେ ଟିକିଏ ହସ ଓ କାର୍ୟ୍ୟକର୍ତ୍ତା‌ଙ୍କ ମନରେ ଆଣି ଦେଉଥିଲା ଅଫୁରନ୍ତ ଶକ୍ତି । ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଫାଉଣ୍ଡେସନର ସଦସ୍ୟ ରଘୁନାଥ ନାୟକ ବୃଦ୍ଧବୃଦ୍ଧାଙ୍କୁ ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ସମ୍ମାନରେ କମ୍ବଳ ବଣ୍ଟନ କରିଛନ୍ତି । ଗରିବ ଅସହାୟ ରୋଗୀଙ୍କ ମୁହଁରେ ହସ ଫୁଟେଇବା ସଙ୍ଗେ ତାଙ୍କ ସହ ମିଶି କିଛି ସମୟ ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ମହତ କାର୍ୟ୍ୟବଳୀର ସ୍ମରଣ କରାଯାଇଥିଲା ।

Leave A Reply

Your email address will not be published.