ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଥିବା ଦେବଗିରି ମହାବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସେପ୍ଟେମ୍ବର ୨୦୧୨ ମସିହା ୫ ତାରିଖ ଗୁରୁ ଦିବସ ଦିନ କଲ୍ୟାଣସିଂହପୁର ବ୍ଲକରେ ଦେବଗିରି ମହା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ଶିକ୍ଷା ବିଭାଗ ବ୍ରହ୍ମପୁରର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ରାୟଗଡା ମହା ବିଦ୍ୟାଳୟର ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ବକ୍ତା ଭି. ସୂର୍ଯ୍ୟ ପ୍ରକାଶ ରାଓ, ଦେବଗିରି ମହା ବିଦ୍ୟାଳୟର ସଭାପତି ଭି. ୱାରା ପ୍ରସାଦ ରାଓ, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା ବିସ୍ମାନନ୍ଦ ଗିରି, ଯୁକ୍ତ ୩ ସଭାପତି ନିର୍ମଳା କାଡ୍ରାକା, ଯୁକ୍ତ ୨ ର ସମ୍ପାଦକ ମାଉଡ଼ି ବାରିକ, ଯୁକ୍ତ ୩ ସମ୍ପାଦକ ଏଙ୍କେଟେଶ୍ୱର ପାଢ଼ୀ ଓ ଦେବଗିରି ମହା ବିଦ୍ୟାଳୟର ଅଧ୍ୟାପକ ଜଗେନ୍ଦ୍ର ଗରଡ଼ା ମଞ୍ଚାସୀନ ରହିଥିଲେ । ଏହି ପ୍ରତିଷ୍ଠା ଦିବସ ପାଳନ ବେଳେ ମହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.