ଗୁଜୁରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଗଠନ

  • ଏନ୍‌ଆଇଡିଏମ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆଇଏମ୍‌ସିଟି ଖୁବ୍‌ଶୀଘ୍ର ଗୁଜରାଟର ବନ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ଯୋଗାଇଦେବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ
  • ଅଗଷ୍ଟ ୨୦୧୯ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକର ସ୍ମାରକପତ୍ରକୁ ଅପେକ୍ଷା ନକରି କ୍ଷୟକ୍ଷତିର ଆକଳନ ପାଇଁ ଆଗୁଆ ଆଇଏମ୍‌ସିଟି ଗଠନ କରିଛି ଗୃହ ମନ୍ତ୍ରଣାଳୟ
  • ଚଳିତ ବର୍ଷ ଆଇଏମ୍‌ସିଟିମାନେ ସ୍ମାରକପତ୍ରକୁ ଅପେକ୍ଷା ନକରି ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଆସାମ, କେରଳ, ମିଜୋରାମ ଏବଂ ତ୍ରିପୁରା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଗୁଜରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନ୍‌ଆଇଡିଏମ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ (ଆଇଏମ୍‌ସିଟି) ଗଠନ କରିଛି । ଆଇଏମ୍‌ସିଟି ଖୁବଶୀଘ୍ର ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ । ଅଗଷ୍ଟ ୨୫ରୁ ୩୦ ମଧ୍ୟରେ ରାଜସ୍ଥାନ ଓ ଗୁଜରାଟରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଗୁଜରାଟ ରାଜ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବର୍ଷକ ମଧ୍ୟରେ ହିମାଚଳ ପ୍ରଦେଶ ମଧ୍ୟ ବିଭିନ୍ନ ସମୟରେ ପ୍ରବଳ ବର୍ଷା, ମେଘ ବିସ୍ଫୋରଣ ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି । ଗୃହ ମନ୍ତ୍ରଣାଳୟଏହି ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ଯଦି ସେମାନେ ଗୁରୁତର କ୍ଷୟକ୍ଷତି ବିଷୟରେ ସୂଚନା ଦିଅନ୍ତି ତେବେ ସେଠାରେ ମଧ୍ୟ ଆଇଏମ୍‌ସିଟି ନିୟୋଜିତ କରିବେ । ଚଳିତ ମୌସୁମୀ ଋତୁରେ ଅନ୍ୟ କେତେକ ରାଜ୍ୟ ପ୍ରବଳ ବର୍ଷା, ବନ୍ୟା, ବାଦଲଫଟା ବର୍ଷା, ଭୂସ୍ଖଳନ ଇତ୍ୟାଦି ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟରେ ଗୃହ ମନ୍ତ୍ରଣାଳୟ ଆଇଏମ୍‌ସିଟି ଗଠନ କରିଛି ଯେଉଁମାନେ ସ୍ମାରକପତ୍ରକୁ ଅପେକ୍ଷା ନକରି ବନ୍ୟା/ ଭୂସ୍ଖଳନ ପ୍ରଭାବିତ ଆସାମ, କେରଳ, ମିଜୋରାମ ଏବଂ ତ୍ରିପୁରା ରାଜ୍ୟଗସ୍ତ କରି କ୍ଷୟକ୍ଷତିର ଆକଳନ ପାଇଁ ଆଗୁଆ ପରିଦର୍ଶନ କରିଛନ୍ତି । ନାଗାଲାଣ୍ଡ ରାଜ୍ୟ ପାଇଁ ଆଇଏମ୍‌ସିଟି ମଧ୍ୟ ଗଠନ କରାଯାଇଛି, ଯାହା ଖୁବଶୀଘ୍ର ରାଜ୍ୟର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ । ଅତୀତରେ ରାଜ୍ୟ ସରକାରଙ୍କ ଠାରୁ ସ୍ମାରକପତ୍ର ମିଳିବା ପରେ ହିଁ ଆଇଏମସିଟି ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଗସ୍ତ କରୁଥିଲା ।

Leave A Reply

Your email address will not be published.