oom

ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର

jsmm

ରାୟଗଡ଼ା : ମ୍ୟାଜିକ୍ ଦେଖାଇବାକୁ କହି କାଟିଦେଲା ଗଳା । ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନାକ୍ରମେ, ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଗତ ରବିବାର ସନ୍ଧ୍ୟା ସମୟରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଏକ ଛାତ୍ର ଆସି ଯାଦୁ ଦେଖାଇବାକୁ କହି ଡାକିନେଇ ଆଖି ବନ୍ଦ କରିବାକୁ କହି ବ୍ଲେଡରେ ଗଳା କାଟି ଦେଇଥିଲେ । ଉକ୍ତ ଗୁରୁତର ଛାତ୍ରଙ୍କୁ ଶିକ୍ଷକ ଓ ରୋଷେୟା ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ପ୍ରଥମେ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଛାତ୍ରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.