ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ

ସମ୍ବଲପୁର : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପର;ଲାକ । ୬୯ ବର୍ଷରେ ଆଖିବୁଜିଲେ ସମ୍ବଲପୁରର ପୂର୍ବତନ ବିଧାୟକ । ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ ଖବର ଶୁଣି ଚାରିଆଡେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଅଶ୍ୱିନୀ ଗୁରୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ବିଧାୟକ ରହିଥିଲେ । ଖବର ଅନୁଯାୟୀ, ଆଜି ଭୋର ସମୟ ପ୍ରାୟ ୪ଟା ୩୦ ମିନିଟ ସମୟରେ ହୃଦଘାତରେ ସମ୍ବଲପୁରରେ ଶ୍ରୀ ଗୁରୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ବ୍ରଜରାଜନଗର ସ୍ଥିତ ଘରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ । ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି ।

Leave A Reply

Your email address will not be published.