ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ଦିଦିଙ୍କ ବଡ ବ୍ୟାଟିଂ : ମାଗଣା କରୋନା ଟୀକା ଦେବାକୁ ଘୋଷଣା

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ରାଜ୍ୟରେ ବଡ଼ ବ୍ୟାଟିଂ କଷିଛ‌ନ୍ତି । ସେ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ମାଗଣା କରୋନା ଭାଇରସ୍ ଟୀକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଆଜି ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି ।

ମମତା କହିଛନ୍ତି, “ମୁଁ ଘୋଷଣା କରି ଖୁସି ଯେ ଆମ ସରକାର ରାଜ୍ୟର ସମସ୍ତ ଲୋକଙ୍କୁ ବିନା ମୂଲ୍ୟରେ କରୋନା ଭାଇରସ ଟୀକା ଦେବାର ସୁବିଧା ବ୍ୟବସ୍ଥା କରୁଛନ୍ତି ।’ ଆଲୋଚନା ହେଉଛି, ମମତାଙ୍କ ଏହି ଘୋଷଣା ବିଧାନସଭା ନିର୍ବାଚନ ସହ ଜଡିତ । ଅନ୍ୟପଟରେ ଗତକାଲି କେନ୍ଦ୍ର ସରକାର ୧୬ ଜାନୁଆରୀରୁ ଦେଶରେ ଟୀକାକରଣ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ଟୀକା ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ । ପଶ୍ଚିମବଙ୍ଗରେ ଜାନୁଆରୀ ୧୬ରୁ ଟୀକାକରଣ ଆରମ୍ଭ ହୋଇପାରେ । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡର ପ୍ରଥମ ପର୍ଯ୍ୟାୟରେ କୋଲକାତାରେ ପହଞ୍ଚିବ, ପ୍ରଥମ ପର୍ୟ୍ୟାୟରେ ଏହି ଟୀକା ଲାଗିବବ ।

Leave A Reply

Your email address will not be published.