ତୁରେକେଲା ବ୍ଲକ ଛକ ସମ୍ମୁଖରେ ଭାରତ ବନ୍ଦ ଆନ୍ଦୋଳନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବ୍ଲକ ଛକ ସମ୍ମୁଖରେ ଭାରତ ବନ୍ଦ ଆନ୍ଦୋଳନ ହୋଇଯାଇଛି । ଏହି ଆନ୍ଦୋଳନର ମୁଖ୍ୟ କାରଣ ହେଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଏସ୍‌ସି, ଏସ୍‌ଟି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ବିରୋଧରେ ଏହି ଆନ୍ଦୋଳନ କରାଯାଇଥିଲା । ଏଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ଗାଁର ଏସ୍‌ସି, ଏସ୍‌ଟି ହଜାର ହଜାର ସଂଖ୍ୟାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନରେ ଅନେକ ଜନସାଧାରଣ ଆର୍ଥିକ ସହଯୋଗ ମଧ୍ୟ କରିଥିଲେ । ଏହି ଭାରତ ବନ୍ଦ ଆନ୍ଦୋଳନ ସକାଳ ୬ଟାରୁ ସନ୍ଧ୍ୟା ୬ ତଥା ୧୨ ଘଣ୍ଟା ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ଏସ୍‌ସି, ଏସ୍‌ଟି ସମ୍ପ୍ରଦାୟର ସମସ୍ତ ଜନସାଧାରଣ ଏବଂ ତୁରେକେଲା ପୋଲିସ୍ ଆନ୍ଦୋଳନ ସ୍ଥଳରେ ମୁତୟନ ଥିବା ଜଣାପଡିଛି । ଏହି ଆନ୍ଦୋଳନ ଜୋର୍‌ସୋର ଭାବେ ୨୧ ଅଗଷ୍ଟ ଭାରତ ବନ୍ଦ ଆନ୍ଦୋଳନ ସୁରୁଖୁରୁ ଭାବରେ ତଥା ଶାନ୍ତି ପୂର୍ବକ ଭାବରେ ପାଳିତ ହୋଇଯାଇଛି ।

Leave A Reply

Your email address will not be published.