ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର : ୪ ମୃତ

ଗଞ୍ଜାମ : ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହି ବସ୍ ସହ ଧକ୍କା ହେଲା ତେଲ ଟ୍ୟାଙ୍କର । ଘଟଣାସ୍ଥଳରେ ୪ ଜଣ ଜୀବନ ହରାଇଥିବା ବେଳେ ଅନେକତ ଯାତ୍ରୀ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏକ ଘରୋଇ ଯାତ୍ରୀବାହି ବସ୍ ଭଞ୍ଜନଗର ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ବସ୍‌ ସହ ଏକ ଟ୍ୟାଙ୍କର୍‌ର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.