କବିତା : ନୂଆ ବର୍ଷ

ଜ୍ୟୋତିର୍ମୟ

ସବୁଦିନ ପରି ଆଜି ବି
ପୂର୍ବାକାଶର କୁହୁଡ଼ି ଫଟେଇ
ସୂର୍ଯ୍ୟ ପୂର୍ବରୁ ଉଇଁଲା…

ପରିସ୍କାର ସକାଳରେ
ଚକ୍‌ ଚକ୍‌ କାକର ମେଳରେ
ଗେ‌ଣ୍ଡୁ ଫୁଲ ଖିଲ୍‌ ଖିଲ୍‌ ହସୁଥିଲା ।

ରାସ୍ତା କଡ଼ର ପାଉଁଶ ଗଦାରୁ ମା’ କୁକୁର
ଝାଡ଼ିଝୁଡ଼ି ସଳଖିଲା
ନିଜ ଛୁଆଙ୍କୁ ଧରି ।

ଭାଡ଼ିରୁ ପାରା ସବୁ ବାହାରି
ପଣ୍ଡା ମଉସାଙ୍କ ପାଚେରୀରେ ଧାଡ଼ି ବାନ୍ଧି
ବସିଗଲେଣି ଖରାକୁ ପିଠି କରି
ସବୁଦିନ ପରି ।

ହଁ
ଖାଲି ବଦଳିଛି
ପଧାନ କାକାଙ୍କ ପୁଅ
ପାଠ ପଢ଼ି ସହରରେ ଚାକିରି କରିଛି
ସମୟ ଅଭାବରୁ ଆସି ପାରିଲାନି
ତା’ ରୋଗୀଣା ବାପାଙ୍କୁ ଦେଖିବା ପାଇଁ…

ଖାଲି ବଦଳିଛି
ଦାସ ଭାଇନାଙ୍କ ବୋହୂ
ଶାଶୁ ଶଶୁରଙ୍କୁ ହତାଦର କରି
ସଭା ସମିତିରେ ବରିଷ୍ଠ ନାଗରିକଙ୍କ
ଯତ୍ନ ନେବାକୁ ଭାଷଣ ଦେଉଛି..
କେବେ ସମାଜସେବୀ
ତ’ କେବେ ନେତ୍ରୀ ସାଜୁଛି!!

ମୋ.ନଂ.୯୪୩୭୯୦୬୦୬୦

jittmm
Leave A Reply

Your email address will not be published.