ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିଅମ୍‌ ଠାରେ ୭୮ତମ ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବକୁ ହେମନ୍ତ ଭୋଇ ପରିଚାଳନା କରିଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ଜୈନ ପୁରସ୍କୃତ କରିଥିଲେ । ଏହି ପ୍ୟାରେଡରେ ଶିକ୍ଷା ସଦନ ବିଦ୍ୟାଳୟର ବାଳିକା ଗ୍ରୁପରେ ଚଳିତ ବର୍ଷ ଚମ୍ପିୟାନ ବିବେଚିତ ହୋଇଛନ୍ତି । ସେହିପରି ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଇନଚାର୍ଜ ଡା. ସମରେନ୍ଦ୍ର ମହାପାତ୍ର, ସିଭିଲ କୋର୍ଟ ମାଜିଷ୍ଟ୍ରେଟ ଭାଗ୍ୟଶ୍ରୀ ପତି, ତହସିଲ ଅଫିସର ତହସିଲଦାର ଆଶିଷ ଏକ୍କା, କୃଷି କାର୍ଯ୍ୟଳୟରେ ବ୍ଲକ୍‌ କୃଷି ଅଧିକାରୀ ଭକ୍ତଚରଣ ଛତ୍ରିଆ, ଶିକ୍ଷା ବିଭାଗର ବିଇଓ ଗୋବର୍ଦ୍ଧନ ଭୋଇ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ସିଡିପିଓ ଗୋଲାପୀ ନାଏକ, ପଞ୍ଚାୟତ କଲେଜରେ ଅଧ୍ୟକ୍ଷ ତିରୁପତି ମେହେର, ଶିଶୁ ମନ୍ଦିରରେ ସମାଜସେବୀ ମଦନଲାଲ ଅଗ୍ରୱାଲ, ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଗୋଲକ ଚନ୍ଦ୍ର ମଲ୍ଲିକ, ଥାନାରେ ଆଇଆଇସି ସୁଶାନ୍ତ ବଢ଼େଇ, ନୋଡାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ଏସ୍‌ଏସ୍‌ଡି ବିଦ୍ୟାଳୟରେ ନିବେଦିତା ହୋତା, ରେଡ୍‌କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟରେ ବିଡ଼ିଓ ବିନୟ ଭୋଇ, ବାଳିକା ଉଚ୍ଚ ବିଦ୍ୟାଳୟରେ ବିନାୟକ କୁମ୍ଭାର, କେନ୍ଧୁଲିପ ବିଭାଗରେ ରେଞ୍ଜର ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ବନବିଭାଗରେ ରେଞ୍ଜର ସାଗର ରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସ୍ୱାଧୀନତା ଦିବସରେ ଗାଁରୁ ସହର ପର୍ଯ୍ୟନ୍ତ ବେଶ ଉତ୍ସବ ମୁଖର ହୋଇଥିଲା ।

Leave A Reply

Your email address will not be published.