ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳନ ଛେଣ୍ଡ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ପି. ପି ରାୟଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଇଂ ବିମଳ କୁମାର ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ଏହି ଅବସରରେ ବିଭିନ୍ନତା ମଧ୍ୟରେ ଏକତା, ଭାଇଚାରା, ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ, ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ସହର ତଥା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ମଞ୍ଚର କର୍ମକର୍ତ୍ତା ଗଣ ତଥା ଜିଲ୍ଲାବାସୀ ମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସହର ଓ ଜିଲ୍ଲାରେ ଆବଶ୍ୟକତା ଥିବା ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ସମସ୍ତ ସଭ୍ୟ ଶପଥ ପାଠ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଗୋପବନ୍ଧୁ ବଳ, ଜଗବନ୍ଧୁ ଜେନା, ମୀନତି ଦେବତା, ଅକ୍ଷୟ ଜେନା, ଜଟାଧାରୀ ମାଝୀ, ରାଜକିଶୋର ମିଶ୍ର, ବିଷ୍ଣୁ ଚରଣ ସାମଲ, ବୈଦ୍ୟନାଥ ଦାସ, କୁଞ୍ଜବିହାରୀ ରାଉତ, ବିମଳ ସାହୁ, ଭାଗ୍ୟଧର ସ୍ୱାଇଁ, ଫକୀର ପାଣି, ସସ୍ମିତା ପ୍ରଧାନ, ତନୁଶ୍ରୀ ନାୟକ, ଅହଲ୍ୟା ପାଣି, ଦୀନବନ୍ଧୁ ନାୟକ, ଦେବକୀ ମିଶ୍ର, ରଞ୍ଜିତ ଛୋଟରାୟ, ଭୀମସେନ ସାହୁ, ଶ୍ରୀମନ୍ତ ବର୍ମା, ଦିବ୍ୟାଂଶୁ ମହାନ୍ତି, ଭବାନୀ କବି, ଚକ୍ରାନ୍ତ ଜେନା, ଡା. ବସନ୍ତ କୁମାର ଦାସ, ଜଗନ୍ନାଥ ରାଉତ ଓ ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.