ରାଉରକେଲାରେ ବିଜେପିର ତ୍ରିରଙ୍ଗା ବାଇକ୍‌ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁ ଥିବା ଅବସରରେ ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାୟଙ୍କ ସଂଯୋଜନାରେ ଏକ ତ୍ରିରଙ୍ଗା ବାଇକ୍ ରାଲି ରାଉରକେଲା ବିଶ୍ରା ଛକରୁ ଆରମ୍ଭ ହୋଇଥିଲା । ଏହି ରାଲିଟି ରାଉରକେଲା ମୁଖ୍ୟ ମାର୍ଗ ଦେଇ ପାନପୋଷ ଛକ ପର୍ଯ୍ୟନ୍ତ ଯାଇ ଦେଶର ଜନକ ମହାତ୍ମା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ରାଲି ଶେଷ ହୋଇଥିଲା । ରାଲିରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କଳ୍ପନା ଲେଙ୍କା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ସାହୁ, ମଣ୍ଡଳ ସଭାପତି କେଦାର ମହାନ୍ତି, ପ୍ରଶାନ୍ତ ପଣ୍ଡା, ଅବୋଧ ରାୟ, କମଳେସ ସାହା, ରଞ୍ଜିତ ନାୟକ, ମିନତି ଦେବତା, ଜେଣ୍ଟଲ ପରିଡା, ବିଶ୍ଵରଞ୍ଜନ ବେଉରା, ଦିଲ୍ଲୀପ ମହାନ୍ତି, ପ୍ରଣବ ପଣ୍ଡା, ଗୌତମ ବାଡା, ଯୁବମୋର୍ଚ୍ଚାର ଜୟନ୍ତ ମଙ୍ଗରାଜ, ରାଜୁ ମାଳି, ସ୍ଵାଧିନ ମହାନ୍ତି, ରାଧେ ନାଗ, ଆଦିତ୍ୟ ତିୱାରି, ଅମିତ ସିଂ, ପ୍ରିତମ ସିଂଙ୍କ ସମେତ ଶତାଧିକ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.