oom

ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ

jsmm

ନୂଆପଡା, (କେପିଏନ୍‌ଏସ୍‌) : ୪୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଦିନ ଧରାପଡିଲେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଏକ ଶ୍ରମିକ ଏଜଣ୍ଟ ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପଞ୍ଜୀକରଣ ପାଇଁ ଶ୍ରମ ଅଧିକାରୀଙ୍କୁ କହିଥିବା ବେଳେ ଶ୍ରମ ଅଧିକାରୀ ଜଣେ ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା ପାଇଁ ୭୦ ଟଙ୍କା ସରକାରୀ ଫିଜ୍‌ ରହିଥିବା ବେଳେ ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଜଣେ ଶ୍ରମିକଙ୍କ ପିଛା ୨୦୦ ଟଙ୍କା ମାଗିଥିଲେ । ତେବେ ୨୦୦ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ଶ୍ରମିକ ଏଜଣ୍ଟଙ୍କ ଠାରୁ ମୋଟ ୪୦୦୦୦ଟଙ୍କା ଶ୍ରୀ ପାଣିଗ୍ରାହୀ ତାଙ୍କ କାର୍ଯ୍ୟାଳୟରେ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ଶରତଙ୍କ ଘରେ ଚଢାଉ କରି ୧ ଲକ୍ଷ ୯୫୦ଟଙ୍କା ଜବତ କରି ତାଙ୍କୁ କଳାହାଣ୍ଡି ଭିଜିଲାନ୍ସ କୋର୍ଟକୁ ପଠାଇ ଦିଆଯାଇଛି ବୋଲି ଡିଏସ୍‌ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.