ସଇଁନ୍ତଲା ବିଡିଓ ଦେବାଶିଷଙ୍କୁ ସାଧାରଣରେ ପ୍ରଶଂସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ପିସି ନେବାରେ ନୂଆଁ କଥା ନୁହଁ । ଅନେକ ସରକାରୀ ବାବୁ ମାନେ କେତେବେଳେ ଭିଜିଲାନ୍ସ ଜାଲରେ ପଡି ଯାଆନ୍ତି, ତ ଆଉ କେତେବେଳେ ନିଜେ ଦୁର୍ନୀତି କରି ଟଙ୍କା ହଡ଼ପ୍‌ କରନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କିଛି ମାସ ହେଲା ବିଡିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଛନ୍ତି ଏବଂ ଲୋକଙ୍କ ପାଇଁ ପ୍ରସଂଶନୀୟ ହୋଇ ପାରିଛନ୍ତି । ସରଳ ତଥା ସ୍ପଷ୍ଟ ଭାବେ ସମସ୍ତଙ୍କ ସହ କଥାବାର୍ତ୍ତା କରନ୍ତି । ଅନ୍ୟ କେତେକ ବ୍ଲକରେ ଲୋକେ ବିଡିଓଙ୍କ ପାଖକୁ ଗଲେ କଥା ହେବା ପାଇଁ ଭୟ କରି ଥାଆନ୍ତି, କିନ୍ତୁ ଏହି ବ୍ଲକରେ ଓଲଟା । ସେ କଥା କମ୍‌ କୁହନ୍ତି, ହେଲେ କାମ ବେଶି କରନ୍ତି । ସେଥିପାଇଁ ତ ଏବେ ଲୋକଙ୍କ ଶ୍ରଦ୍ଧାଭାଜନ ହୋଇ ପାରିିଛନ୍ତି । କରୋନା ମହାମାରୀ ସମୟରେ ପ୍ରବାସୀ ଓଡିଆ ମାନଙ୍କ ପାଇଁ ମନରେଗା ଯୋଜନାରେ କାମ ଯୋଗାଇ ଦେଇଥିବା ବେଳେ ସେ ଗତ କିଛି ମାସ ତଳେ ମନରେଗା ଯୋଜନରେ ସଇଁନ୍ତଲା ବ୍ଲକ ନମ୍ବର ୧ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇ ସାରିଛନ୍ତି । ଲୋକଙ୍କ ସମସ୍ୟା ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ ସମାଧାନ କରିବା ସହ ତୁରନ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଥାଆନ୍ତି । ରାଜ୍ୟ ସରକାରଙ୍କ ମୋ ବଗିଚା ଯୋଜନାକୁ ମଧ୍ୟ ସଫଳ କରିବା ସହ ଏହି ଯୋଜନା ମାଧ୍ୟମରେ ଅନେକ ଗୃହିଣୀ ମହିଳା ମାନଙ୍କୁ ଏସଏଚଜି ମାଧ୍ୟମରେ ରୋଜଗାର ମଧ୍ୟ ଦେଇସାରିଛନ୍ତି । ସ୍ୱଚ୍ଛ ସୁନ୍ଦର ପରିବେଶ ରଖିବା ପାଇଁ ତାଙ୍କର ଇଚ୍ଛା ଶକ୍ତି ଅନେକ ରହିଛି । ଦୁର୍ନୀତିକୁ ପ୍ରଶ୍ରୟ ଦେଉନଥିବା ବିଡିଓ ସଇଁନ୍ତଲା ବ୍ଲକରେ ଶ୍ରୀ ସାମଲ୍‌ ହେଉଛନ୍ତି ପ୍ରଥମ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନେକ ନିରୀହ, ଗରିବମାନଙ୍କ ସମସ୍ୟା ଗୁଡ଼ିକୁ ନେଇ ବିଭିନ୍ନ ଥର ଗଣମାଧ୍ୟମରେ ପ୍ରକାଶିତ ହୋଇିଛି । ତେବେ ବ୍ଲକ ପ୍ରଶାସନର ତପ୍‌ôରତା ସହ ଖବର ପ୍ରସାରଣ ହେବା ମାତ୍ରେ ବିଡିଓ ଲୋକଙ୍କ ପାଖକୁ ପହଂଚି ସମସ୍ୟାର ସମାଧାନ କରିବା ସହ ସହାୟତା ପ୍ରଦାନ ମଧ୍ୟ ବଜାୟ ରଖିଛନ୍ତି । ତେବେ ଇଚ୍ଛା ଶକ୍ତି ଓ ସ୍ୱଚ୍ଛତା ଥିଲେ ଆପେ ଆପେ ଲୋକଙ୍କ ପାଖକୁ ପହଂଚିବା ସେମିତି କିଛି ବଡ କଥା ନୁହଁ ବୋଲି ବିଡିଓ ଦେବାଶିଷ ସାମଲ କହିିଛନ୍ତି । ଏନେଇ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇବା ସହ ଖବର ପ୍ରସାରଣ ହେବା ଦ୍ୱାରା ଆମେ ଲୋକଙ୍କ ପାଖରେ ପହଂଚି ପାରୁଛୁ ବୋଲି କହିଛନ୍ତି । ତେବେ ଏଭଳିି ଜଣେ ବିଡିଓଙ୍କୁ ପାଇବା ପରେ ସଇଁନ୍ତଲା ବ୍ଲକବାସୀ ଏବେ ବେଶ୍‌ ଖୁସି ଥିବା ଜଣାପଡ଼ିଛି ।

Leave A Reply

Your email address will not be published.