ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଚାଳକ ମୃତ

କଳାହାଣ୍ଡି : ଧାନ ରୁଆ ପ୍ରସ୍ତୁତି ବେଳେ ଅଘଟଣ । ଚାଷ ଜମିରେ କାଦୁଅ କରିବା ସମୟରେ ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଦବ୍ରୀଗୁଡାରେ ଘଟିଛି । ମୃତ ଡ୍ରାଇଭର ଜଣକ ଡୁଡୁକାଠେଙ୍ଗା ପଞ୍ଚାୟତ ନୂଆପଡା ଗ୍ରାମର ଶିବ ମାଝୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶିବ ମାଝୀ ଜମିରେ ଧାନ ରୁଆ ପାଇଁ କାଦୁଅ କରୁଥିଲେ । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ହଠାତ୍‌ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ ଶିବ । ଯାହା ଫଳରେ ସେହିଠାରେ ହିଁ ଶିବଙ୍କ ମୃତ୍ୟୁ ହୋଇଯାଇଥିଲା । ଏ ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଆମଆଣି ପୋଲିସ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.