ବ୍ରାଜିଲ୍‌ରେ ବିମାନ ଦୁର୍ଘଟଣା : ୬୨ ମୃତ

ନୂଆଦିଲ୍ଲୀ : ବ୍ରାଜିଲ୍‌ରେ ବଡ଼ ବିମାନ ଦୁର୍ଘଟଣା, ଜନବସତି ଉପରେ ଖସିବା ପରେ ଜଳିଗଲା ଯାତ୍ରୀବାହୀ ବିମାନ । ଦୁର୍ଘଟଣାରେ ମୋଟ୍‌ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ । ବ୍ରାଜିଲ୍‌ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି । ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ । ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଭୋଏପାସ୍‌ ଲିନ୍‌ହାସ୍‌ ଏରିଜ୍‌ ଦ୍ୱାରା ପରିଚାଳିତ ଏଟିଆର୍‌-୭୨ ବିମାନ ବ୍ରାଜିଲ୍‌ର କାସକାଭେଲ୍‌ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ।

Leave A Reply

Your email address will not be published.