ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ପ୍ରତିଷ୍ଠାନର ପ୍ରଶାସନିକ ଭବନ ଆଗରେ ଦିଆଯାଇଥିବା ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟାରେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ଶୁକ୍ରବାର ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ମିଳିତ ବୁଝାମଣାରେ ସିକ୍ୟୁରିଟି ଗାର୍ଡ଼ମାନଙ୍କ ସହ କଥାବାର୍ତ୍ତା କରି ଆଶୁ ଫୈସଲା କରଯାଇଥିଲା । ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଅନୁମୋଦନ ପାଇଥିବା ଠିକାଦାର ପ୍ରତିପକ୍ଷଙ୍କୁ ହଟାଇବାକୁ ନିଷ୍ପତ୍ତି ହୋଇଛି । ଉକ୍ତ ଠିକାଦାରଙ୍କ ଟାଳଟୁଳ ନୀତରେ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କୁ ତାଙ୍କର ଟେଣ୍ଡର ଫର୍ଦ୍ଦ ଅଯୋଗ୍ୟ ବିବେଚନା କରି ରଦ୍ଧ କରିଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ୧୦ ଦିନ ମଧ୍ୟରେ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ସିକ୍ୟୁରିଟି ଗାର୍ଡ଼ ସଂଘକୁ ସମୟ ମାଗିଛନ୍ତି । ଉପଯୁକ୍ତ ପଦକ୍ଷେପ ଗ୍ରହଣ ପରେ ୯୨ ଜଣ ସିକ୍ୟୁରିଟି ଗାର୍ଡ଼ମାନଙ୍କୁ ଛଟେଇ ମୁକ୍ତ କରାଯିବା ସମ୍ପର୍କରେ ପ୍ରଶାସନ ନିଷ୍ପତ୍ତି ଶୁଣାଇଛନ୍ତି । ଏହାକୁ ସାଦରରେ ଗ୍ରହଣ କରି ଆନ୍ଦୋଳନରୁ ସିକ୍ୟୁରିଟି ଗାର୍ଡ଼ମାନେ ଓହରିଥିବା କୁହାଯାଇଛି । ସିକ୍ୟୁରିଟି ଗାର୍ଡ଼ ସଂଘର ସଭାପତି ସିମାଦ୍ରୀ ରାଓ ଏହି ସୂଚନା ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.