ଗୁଜରାଟର ଚାନ୍ଦିପୁରା ପ୍ରକୋପ ସମ୍ପର୍କରେ ଅପଡେଟ୍

  • ଗୁଜୁରାଟରୁ ୧୪୦ ଜଣଙ୍କୁ ମିଶାଇ ୧୪୮ଟି ଏଇଏସ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୫୯ ଜଣଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୁରା ଭାଇରସରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
  • ୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍‌ର ନୂତନ ମାମଲା ଚିହ୍ନଟ ହ୍ରାସ ପାଇବାରେ ଲାଗିଛି
  • ଜନସ୍ୱାସ୍ଥ୍ୟ ପଦକ୍ଷେପ ନେବାରେ ସାହାଯ୍ୟ କରିବା ଏବଂ ମହାମାରୀର ପ୍ରକୋପ ସଂକ୍ରାନ୍ତରେ ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ଗୁଜରାଟରେ ନେସନାଲ ଜଏଣ୍ଟ ଆଉଟବ୍ରେକ ରେସପନ୍ସ ଟିମ୍‍ ମୁତୟନ
  • ଏଇଏସ୍ ମାମଲା ରିପୋର୍ଟ କରୁଥିବା ପଡ଼ୋଶୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ଏନ୍‌ସିଡିସି ଏବଂ ଏନ୍‌ସିଭିବିଡିସିର ଏକ ମିଳିତ ପରାମର୍ଶ ଜାରି କରାଯାଉଛି

ନୂଆଦିଲ୍ଲୀ, (ପିଆଇବି) : ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି । ଜୁଲାଇ ୩୧, ୨୦୨୪ ଠାରୁ ୧୪୮ଟି ଏଇଏସ୍ ମାମଲା (ଗୁଜରାଟର ୨୪ଟି ଜିଲ୍ଲାରୁ ୧୪୦, ମଧ୍ୟପ୍ରଦେଶରୁ ୪, ରାଜସ୍ଥାନରୁ ୩ ଏବଂ ମହାରାଷ୍ଟ୍ରରୁ ୧) ରିପୋର୍ଟ ହୋଇଛି, ଯେଉଁଥିରୁ ୫୯ ଟି ମାମଲାରେ ମୃତ୍ୟୁ ହୋଇଛି । ୫୧ ଜଣଙ୍କ ଠାରେ ଚାନ୍ଦିପୁରା ଭୂତାଣୁ (ସିଏଚ୍‌ପିଭି) ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍‌ଏସ୍‌) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି)ର ନିର୍ଦ୍ଦେଶକ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ମିଳିତ ଭାବେ ସ୍ଥିତିର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ମଧ୍ୟପ୍ରଦେଶର ଏମ୍‌ଡି ଏନ୍‌ଏଚ୍‌ଏମ୍‌, ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସ୍‌ପି) ୟୁନିଟ୍ ଏବଂ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ଆଞ୍ଚଳିକ କାର୍ଯ୍ୟାଳୟ, ଏନ୍‌ଆଇଭି, ଏନ୍‌ସିଡିସିର ଏନ୍‌ଜେଓଆର୍‌ଟି ସଦସ୍ୟ ଏବଂ ଏନ୍‌ସିଡିସି, ଆଇସିଏମ୍‌ଆର୍‌ ଏବଂ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ (ଏନ୍‌ସିଭିବିଡିସି)ର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ । ୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍‌ର ନୂତନ ମାମଲା ଚିହ୍ନଟ ହେବାର ଧାରାରେ ହ୍ରାସ ପରିଲକ୍ଷିତ ହୋଇଛି । ଭେକ୍ଟର ନିୟନ୍ତ୍ରଣ ପାଇଁ କୀଟନାଶକ ସିଞ୍ଚନ, ଆଇଇସି, ଡାକ୍ତରୀ କର୍ମଚାରୀଙ୍କୁ ସଚେତନ କରିବା ଏବଂ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଠିକ୍ ସମୟରେ ମାମଲା ପଠାଇବା ଭଳି ବିଭିନ୍ନ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିଛି ଗୁଜରାଟ । ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିବାରେ ଗୁଜରାଟ ରାଜ୍ୟ ସରକାରଙ୍କୁ ସହାୟତା କରିବା ଏବଂ ମହାମାରୀର ପ୍ରକୋପ ସଂକ୍ରାନ୍ତରେ ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ଏକ ନେସନାଲ ଜଏଣ୍ଟ ଆଉଟବ୍ରେକ ରେସପନ୍ସ ଟିମ୍‍ (ଏନ୍‌ଜିଓଆର୍‌ଟି) ନିୟୋଜିତ କରାଯାଇଛି । ଏଇଏସ୍ ମାମଲା ରିପୋର୍ଟ କରୁଥିବା ପଡ଼ୋଶୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ଏନ୍‌ସିଡିସି ଏବଂ ଏନ୍‌ସିଭିବିଡିସିର ଏକ ମିଳିତ ପରାମର୍ଶ ଜାରି କରାଯାଉଛି ।
ପୃଷ୍ଠଭୂମି:
ସିଏଚ୍‌ପିଭି ରାବଡୋଭିରିଡେ ପରିବାରର ଏକ ସଦସ୍ୟ ଏବଂ ବିଶେଷ କରି ମୌସୁମୀ ଋତୁରେ ଦେଶର ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ବିକ୍ଷିପ୍ତ ଭାବେ ପ୍ରକୋପ ସୃଷ୍ଟି କରୁଥିବା ଜଣାଯାଏ । ଏହା ମାଛି ଓ ଟିକ୍ ଭଳି ଭୂତାଣୁ ଦ୍ୱାରା ବ୍ୟାପିଥାଏ । ଭୂତାଣୁ ନିୟନ୍ତ୍ରଣ, ସ୍ୱଚ୍ଛତା ଏବଂ ସଚେତନତା ହିଁ ଏହି ରୋଗ ବିରୋଧରେ ଏକମାତ୍ର ଉପାୟ ଉପଲବ୍ଧ । ଏହି ରୋଗ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଏକ ଜ୍ୱରଜନିତ ରୋଗ ଦେଖାଦେଇପାରେ ଯାହା ମାଂସପେଶୀରେ ସଙ୍କୋଚନ, କୋମା ଏବଂ କେତେକ କ୍ଷେତ୍ରରେ ମୃତ୍ୟୁର କାରଣ ହୋଇପାରେ । ଯଦିଓ ସିଏଚ୍‌ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ ଏବଂ ପରିଚାଳନା ଲକ୍ଷଣଯୁକ୍ତ ଅଟେ, ସନ୍ଦିଗ୍ଧ ଏଇଏସ୍‌ ମାମଲାଗୁଡିକୁ ନିର୍ଦ୍ଧାରିତ କେନ୍ଦ୍ରକୁ ଠିକ୍ ସମୟରେ ପଠାଯିବା ଫଳରେ ସ୍ଥିତିରେ ଉନ୍ନତି ଆସିପାରେ ।

Leave A Reply

Your email address will not be published.