ସ୍ୱାସ୍ଥ୍ୟ ଓ ହସ୍ପିଟାଲ ସମ୍ବନ୍ଧୀୟ ସହଯୋଗ ପାଇଁ ତାପସ ଘୋଷାଲ ବିରମିତ୍ରପୁର ବିଧାୟକଙ୍କ ପ୍ରତିନିଧି ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ତାପସ ଘୋଷାଲ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଉନ୍ନୀତ ସେବା ନିମନ୍ତେ ରାଉରକେଲାର ପ୍ରତିଷ୍ଠିତ ହସ୍ପିଟାଲରେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ପାଇଁ ବିରମିତ୍ରପୁରର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ପ୍ରତିନିଧିତ୍ଵ କରିବେ । ବିଧାୟକଙ୍କ ଅନୁପସ୍ଥିତିରେ ହସ୍ପିଟାଲ ସମ୍ବନ୍ଧୀୟ କାର୍ଯ୍ୟସହ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଠକରେ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ଯୋଗଦେଇ ମତାମତ ଉପସ୍ଥାପନ କରିପାରିବେ । ବିଧାୟକ ଶ୍ରୀ ତିର୍କୀ ଏ ସମ୍ପର୍କରେ ପତ୍ର ମାଧ୍ୟମରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍‌ପିଟାଲ(ଆଇଜିଏଚ୍‌), ଆପୋଲୋ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ, ଜେ. ପି. ହସ୍ପିଟାଲ, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଶାନ୍ତି ମେମୋରିଆଲ ହସ୍ପିଟାଲ, ସିଡବ୍ଲୁଏସ୍‌ ହସ୍ପିଟାଲ, କଳିଙ୍ଗ ଟ୍ରାମା ହସ୍ପିଟାଲ, ଆସ୍ଥା ମଦର ଏଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ, ରାଜସ୍ଥାନ ସେବା ସଦନ, ଏ. ଜି. ସାମଲ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଓ ଭେଷଜ ପଟେଲ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ତେଣୁ ଆଗାମୀ ଦିନରେ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ସ୍ୱାସ୍ଥ୍ୟ ଓ ହସ୍ପିଟାଲ ସମ୍ବନ୍ଧୀୟ ଉନ୍ନୀତ ସୁବିଧା ନେବା ନିମନ୍ତେ ତାପସ ଘୋଷାଲଙ୍କ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.