ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ତା’ର ମାସିକ କାର୍ଯ୍ୟକ୍ରମ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ସ୍ଥାନୀୟ ତର୍କେରା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ରାଉରକେଲା ସାହିତ୍ୟ ସଂସଦର ସଭାପତି ବିଜୟ କୁମାର ସାହୁ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରବାକୁ ଯାଇ କହିଲେ ଜଗନ୍ନାଥ ଆମ ସଂସ୍କୃତିର ବାର୍ତ୍ତାବହ, ଆମ ଅସ୍ମିତାର ପରିଚୟ, ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱାବସୁ ସବରର କାହାଣୀ ଠାରୁ ଆରମ୍ଭ କରି ବର୍ତ୍ତମାନର ପରିସ୍ଥିତିକୁ ନେଇ ସୁନ୍ଦର ସୁନ୍ଦର ଗପ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ବଝାଇଥିଲେ । ମୁଖ୍ୟଅତିଥି ଭାବେ କବି ସୁଶାନ୍ତ କୁମାର ନାୟକ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କ ମନରେ ଗଳ୍ପ କବିତା ପ୍ରତି କିପରି ଆଗ୍ରହ ସୃଷ୍ଟିହେବ ବିଭିନ୍ନ ପୌରାଣିକ ଗପ ମାଧ୍ୟମରେ ବୁଝାଇଥିଲେ । ପ୍ରାରମ୍ଭରେ ସଭାପତି ସଭାପତିତ୍ୱ ଭାଷଣ ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ମଞ୍ଜ ପରିଚାଳନା କରିଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ରଥଯାତ୍ରାକୁ ନେଇ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଶିକ୍ଷକ ଗଦାଧର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଚନି ରାଉତ, ସୁରେନ୍ଦ୍ର ଦେବତା, ପ୍ରଶାନ୍ତ କୁମାର ମହାନ୍ତି, ସନ୍ତୋଷ କୁମାର ସ୍ୱାଇଁ ଏବଂ ଅନ୍ୟ ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.