୨୦୨୧ ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ : ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶ ସୂଚନା ଦେଇଛନ୍ତି । ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ପୋଖରିଆଲ । ଆଇଆଇଟିରେ ପ୍ରବେଶ କରିବା ପାଇଁ ନିୟମ ଓ ଯୋଗ୍ୟତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ । କରୋନା ମହାମାରୀ ଯୋଗୁଁ ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରାଯିବ । କରୋନା ପାଇଁ ପରୀକ୍ଷା ହୋଇପାରିନଥିଲା ହେଲେ ଏବେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.