ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ବଲେରୋ : ଦୋକାନୀ ଆହତ

ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁ ଛକରେ ଏକ ଦୋକାନ ଭିତରକୁ ବଲେରୋ ପଶିଯିବାରୁ ଦୋକାନୀ ଆହତ ହୋଇଛନ୍ତି । ଦୋକାନରେ ଥିବା ଅନ୍ୟ ଗ୍ରାହକମାନେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରରୁ ବଣାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଓଡ଼ି୧୪ଏଏ ୦୮୧୦ ବଲେରୋଟି କେନ୍ଦ୍ରିକଳା ଛକରେ ନିୟନ୍ତ୍ରଣ ହରାଇ ବିନୋଦ ବେହେରାଙ୍କ ଦୋକାନ ଭିତରକୁ ପଶିଯାଇଥିଲା । ଦୋକାନୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । ଖବର ପାଇ ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.