oom

ସମ୍ବଲପୁରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୭୫ତମ ବନ ମହୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ବଲପୁରୀର ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବନଖଣ୍ଡ ଅଧିକାରୀ ସୁଦାମ ଜଗଦଳା, ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବେ ବନପାଳ ରାଧାକାନ୍ତ କୁମ୍ଭାର, ଠାକୁର ପ୍ରସାଦ ବେହେରା ଯୋଗଦାନ କରି ବୃକ୍ଷର ଉପାଦେୟତା ସମ୍ୱନ୍ଧରେ ମତ ରଖି ବୃକ୍ଷରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରକୃତିର ସୁରକ୍ଷା ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ଇକୋ କ୍ଲବର ଗାଇଡ଼ ଶିକ୍ଷକ ବିନୋଦ ବିହାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମହୀପାଳ ବେହେରା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଧର୍ମ କୁମାର ପ୍ରଧାନ, ନରସିଂହ ନାୟକ, ରାଜ୍ୟପାଳ ଗଡତିଆ, ଘନଶ୍ୟାମ ପ୍ରଧାନ, ଯେହେରୁଲାଲ ଡଣ୍ଡସେନା, ଗଦାଧର ପୋଢ଼, ମନୋଜ ଅଗ୍ରୱାଲ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ଗୋଟିଏ ଲେଖାଏଁ ଚାରାରୋପଣ କରି ପରିବେଶକୁ ସବୁଜ ସୁନ୍ଦର କରିବାକୁ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ବିନୋଦ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.