କୋଶଳ ପ୍ରବାହର ମହା ପ୍ରଭାବ : ହାଇସ୍କୁଲ ପଡ଼ା ଅସୁବିଧା ଖବର ପ୍ରସାରଣର ୨୪ ଘଣ୍ଟା ନ ପୂରୁଣୁ କାର୍ଯ୍ୟ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ଅର୍ଥାତ ବୁଧବାର ଅପରାହ୍ନରେ ହାଇସ୍କୁଲ୍ ପଡ଼ାରେ ପିଏଚ୍‌ଡି ବିଭାଗ ବାରା କାର୍ଯ୍ୟ କରାଯାଇଥିବା ସ୍ଥାନକୁ ନପୋତିବା ଯୋଗୁଁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖିନ ହେଉଥିବା ଆମ ପ୍ରତିନିଧିଙ୍କୁ ହାଇସ୍କୁଲ ପଡ଼ାବାସୀ ଅବଗତ କରାଇଥିଲେ । ଆମ ପ୍ରତିନିଧି ସେହି ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟାକୁ ଖବର ମାଧ୍ୟମରେ ଉପସ୍ଥାପନ କରି ବିଭାଗୀୟ ଅଧିକାରୀ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଧାୟକ ନବୀନ ଜୈନଙ୍କ ନିକଟକୁ ପଠାଇଥିଲେ । ଯଦ୍ୱାରା ଖବର ପ୍ରସାରଣର ୨୪ଘଣ୍ଟା ନପୁରୁଣୁ କରାଯାଇଥିବା ଗାତକୁ ପୋତା ଯିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଭିଯୋଗ କରିଥିବା ଆଇନଜୀବୀ ସୁଧାଂଶୁ ମହାନ୍ତି, ନାଗରିକ ମଞ୍ଚର ପଦ୍ମନାଭ ବେହେରା ଓ ପଡ଼ାର ମହିଳାମାନେ କୋଶଳ ପ୍ରବାହ ପରିବାରକୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ସବୁବେଳେ ଲୋକଙ୍କ ସମସ୍ୟା ଉପସ୍ଥାପନ କରି ସମସ୍ୟାର ସମାଧାନ କରିବା ହେଉଛି ଆମର କାମ, ଲୋକଙ୍କ ସମର୍ଥନ ଓ ପଦାଧିକାରୀ, ପୌର ପରିଷଦର ଅଧ୍ୟକ୍ଷା ଓ ବିଧାୟକ ମହୋଦୟ ଦୃଷ୍ଟି ଦେଇ ସମାଧାନ କରୁଥିବାରୁ ଆମ ଚ୍ୟାନେଲ୍‌ ପକ୍ଷରୁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ ।

Leave A Reply

Your email address will not be published.