csstore

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରୁ ଆଜି ଅବସର ଗ୍ରହଣ କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ ବିବେକାନନ୍ଦ ମହାପାତ୍ର (ସି. ଏମ୍‌. ୟୁ. ପି. ଏସ୍‌. ପଦ୍ମପୁର), ବିନୋଦ ବିହାରୀ ରଥ, (ସରକାରୀ ୟୁ. ପି. ଏସ୍‌. ଦର୍ବେକେଲା), ଭୋଳାନାଥ ଭୁଏ, (ସରକାରୀ ୟୁ. ପି. ଏସ୍‌. ଭେଲୁଆଁଖୋଲ୍), ଜୟଦେବ ବେହେରା, (ସରକାରୀ ୟୁ. ପି. ଏସ୍‌. ବାଜେନମୁଣ୍ଡା), ବୈଶାଖୁ ସେଠ୍, (ସରକାରୀ ବନ୍ଧପଡା ପି. ଏସ୍‌. ଦହିତା), ଅଶୋକ କୁମାର ପାଣିଗ୍ରାହୀ, (ସରକାରୀ ୟୁ. ପି. ଏସ. ଡୁଙ୍ଗୁରୀପାଲି), ଭରତ ଚନ୍ଦ୍ର ସାହୁ, (ସରକାରୀ ୟୁ. ପି. ଏସ୍‌. ବୁଡ଼ାମାଲ୍), ମୋହନଲାଲ୍ ସାହୁ, (ସରକାରୀ ୟୁ. ପି. ଏସ୍‌. ଗଡ଼ଭାଟି) ଓ ଶ୍ରୀମତୀ ଦିପ୍ତିମୟୀ ଦାସ, (ସରକାରୀ ୟୁ. ପି. ଏସ୍‌. ଦୁବୁଲାବାହାଲ) ନିଜ ନିଜ ସ୍କୁଲରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇସାରି ସ୍ଥାନୀୟ ବି. ଇ. ଓ. ଅଫିସକୁ ଆସିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନେ ଦୀର୍ଘଦିନ ଧରି ଶିକ୍ଷାଦାନ କରି ଉତ୍ତମ ନାଗରିକ ଗଢ଼ି ନିରବଚ୍ଛିନ୍ନ ଭାବରେ ନିଃସ୍ଵାର୍ଥ ସେବା ଯୋଗେଇ ଥିବାରୁ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ ଏବଂ ସେମାନଙ୍କୁ ରିଟାୟରମେଣ୍ଟ ବେନିଫିଟ୍ କାଗଜ ପ୍ରଦାନ୍ କରିଥିଲେ । ଏହି ସଭାରେ ଏ. ବି. ଇ. ଓ. ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବରିଷ୍ଠ କିରାଣୀ ଦିଲ୍ଲୀପ ଭୋଇ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.