csstore

ସର୍ବ ଭାରତୀୟ ଜୁନିୟର୍‌ କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗ ସିଲିଗୁଡିରେ ସର୍ବ ଭାରତୀୟ କନିଷ୍ଠ କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ ୨୦୨୪ ଜୁନ ୧୦ ତାରିଖରୁ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟରୁ ମୋଟ୍‌ ୪୫୦ ଜଣ ପ୍ରତିଯୋଗୀ ଭାଗନେଇ ଥିବାବେଳେ ବଲାଙ୍ଗିର କିକ୍‌ ବକ୍ସିଂ ସଂଘ ତରଫରୁ ୫ ଜଣ ଉଭୟ ବାଳିକା ଓ ବାଳକ ଭାଗ ନେଇଥିଲେ । ବାଳିକା ବିଭାଗରେ ଚନ୍ଦ୍ରକାନ୍ତି କୁମ୍ଭାର (-୪୪ କେଜି) ରିଙ୍ଗ ଫାଇଟର ଲୋ କିକ୍‌ରେ କାଂସ୍ୟ ପଦକ ଓ ବାଳକ ବିଭାଗରେ କ୍ରିଷ୍ଣା ସେଠ (-୬୩ କେଜି) ପଏଣ୍ଟ ଫାଇଟରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାକୁ ସର୍ବ ଭାରତୀୟ ଆମେଚର କିକ୍‌ ବକ୍ସିଂ ସଂଘର ସଭାପତି ସନ୍ତୋଷ ଅଗ୍ରୱାଲ ଓ ଉପସଭାପତି କାର୍ତ୍ତିକ ଡାକୁଆଙ୍କ ସତ୍ତ୍ୱାବଧାନରେ ପରିଚାଳନା କରିଥିବା ବେଳେ ଶେଖର କିକ୍‌ ବକ୍ସିଂ ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ରେଫରି ଏବଂ ଜଜ୍‌ର କାର୍ଯ୍ୟ ତୁଳାଇ ଥିଲେ । ଏହି ସଫଳତାରେ ବଲାଙ୍ଗିର ଡିଏସ୍‌ଓ ପରାଶର ବାଗ, ଶେଖର କିକ୍‌ ବକ୍ସିଂ ଏକାଡେମିର ସଭାପତି ହୃଦୟ ଶବର, ଜିଲ୍ଲା ଆମେଚର କିକ୍‌ ବକ୍ସିଂ ସଂଘ ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର ଏବଂ ସଚିନ ବାଗ, ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା, ନିଳାଂଚଳ ନାହାକ ଓ ମୁରଳି ମହାକୁର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକମାନେ ଖେଳାଳିମାନଙ୍କୁ ଶେଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.